ରାଜଧାନୀରେ ୨୯ହଜାର ଟପିଲା ସଂକ୍ରମଣ

Advertisment

ଦିନକରେ ୮୭ ପଜିଟିଭ୍, ୨ ମୃତ, ୪ ଗାଁରେ ୧୭୦ ଜଣଙ୍କ କୋଭିଡ୍‌ ପରୀକ୍ଷା

ଦିନକରେ ୮୭ ପଜିଟିଭ୍, ୨ ମୃତ, ୪ ଗାଁରେ ୧୭୦ ଜଣଙ୍କ କୋଭିଡ୍‌ ପରୀକ୍ଷା

ଭାରତୀୟଙ୍କ ପାଖରେ ଏପରି ଜିନିଷ ଅଛି ଯେଉଁଥିପାଇଁ ମୃତ୍ୟୁହାର କମ ରହିଛି!

Oman Observer

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୯ହଜାର ଟପିଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରୁ ୮୭ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୯,୦୭୨କୁ ବୃଦ୍ଧି ପାଇଛି। ଅନ୍ୟପଟେ ଭୁବନେଶ୍ବରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେରୋ ସର୍ଭେରୁ ଜଣାପଡ଼ିବା ପରେ ଧୀରେ ଧୀରେ ରାଜଧାନୀ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ ଶକ୍ତି ଆଡ଼କୁ ମୁହାଁଇଥିବା ବିଶେଷଜ୍ଞମାନେ କହୁଛନ୍ତି। ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧୯ଜଣ ସଙ୍ଗରୋଧରୁ ଓ ୬୮ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ଶୈଳଶ୍ରୀ ବିହାର, ପ୍ରଶାନ୍ତି ବିହାର, ପୋଖରୀପୁଟ, ସାମନ୍ତରାପୁର, ସୁନ୍ଦରପଦା, ୟୁନିଟ୍‌-୭, ବାଣୀବିହାର ଅଞ୍ଚଳ, ଭିଏସ୍‌ଏସ୍‌ ନଗର ଓ ଅନ୍ୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଆଜି ଦୁଇ ଜଣ କରୋନା ରୋଗୀ ପ୍ରାଣ ହରାଇବା ପରେ ମୃତ୍ୟୁ ସଂଖ୍ୟା ୧୬୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକରେ ୨୩୭ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୭,୩୧୭କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୧୫୭୦ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

୪ ଗାଁରେ ୧୭୦ ଜଣଙ୍କ କୋଭିଡ୍‌ ପରୀକ୍ଷା
ବାଲିଅନ୍ତା : ଆଜି ବାଲିଅନ୍ତା ବ୍ଲକ ଅଧୀନ ସରକଣା ପଞ୍ଚାୟତର ୪ଟି ଗ୍ରାମରେ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଉକ୍ତ ୪ଟିଯାକ କେନ୍ଦ୍ରରୁ ମୋଟ ୧୭୦ ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସରକଣା, ରଣପୁର, ବ୍ରାହ୍ମଣସୁଆଁଲୋ ଓ ଦଣ୍ଡିଲୋ ଗ୍ରାମରେ କୋଭିଡ୍‌ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଆସନ୍ତାକାଲି ଆଣ୍ଟିଜେନ ପରୀକ୍ଷା ରିପୋର୍ଟ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ସରକଣା ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ କହିଛନ୍ତି। ଦୀର୍ଘ ଦିନ କୋଭିଡ୍‌ ପରୀକ୍ଷା ବନ୍ଦ ହେବା ପରେ ଆଜି ପୁଣି ସରକଣା ପଞ୍ଚାୟତରେ ପରୀକ୍ଷା କେନ୍ଦ୍ର ଖୋଲିଥିବାରୁ ସ୍ଥାନୀୟ ଲୋକେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମହାମାରୀ ସଂକ୍ରମଣ ଲେଉଟାଣି ନେଉଥିବାରୁ ଏଭଳି ପରୀକ୍ଷା ଜରୁରୀ ବୋଲି ଲୋକେ କହିଛନ୍ତି। ଏହି ଅବସରରେ ଆଜି ଭଗବତୀ ସ୍କୁଲ ସଭା କକ୍ଷରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ଶ୍ରୀ ଦାସ ସଭାପତିତ୍ବ କରିଥିଲେ। କୋଭିଡ୍‌ କଟକଣାର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe