ରାଜଧାନୀରେ ଲଗାତାର ଦ୍ବିତୀୟ ଦିନ ଧରି ୫୦ ତଳେ ସଂକ୍ରମଣ

Advertisment
ସପ୍ତାହେ ହେଲା ୧୮୮ ଜିଲ୍ଲାରେ ବାହାରି ନାହାନ୍ତି କରୋନା ରୋଗୀ

udayindia.in

ଭୁବନେଶ୍ୱର : ରାଜଧାନୀରେ ଲଗାତାର ଦ୍ବିତୀୟ ଦିନ ଲାଗି କରୋନା ସଂକ୍ରମଣ ୫୦ ତଳେ ରହିଛି। ୧୯ତାରିଖରେ ୪୨ ଓ ଗତ ୨୪ ଘଣ୍ଟାରେ ୪୬ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୪୧୮କୁ ବୃଦ୍ଧି ପାଇଛି। ପ୍ରାୟ ୧ମାସ ହେବ ରାଜଧାନୀରେ ସଙ୍ଗରୋଧରୁ କମ୍ ଲୋକାଲ କଣ୍ଟାକ୍ଟସ୍‌ରେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ମଧ୍ୟରେ ୩୬ଜଣ ଲୋକାଲ କଣ୍ଟାକ୍ଟସ୍ ଅଛନ୍ତି। ଏହାସହ ଜଣେ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ‌ପକ୍ଷରୁ ଘୋଷଣା କରାଯିବା ପରେ ମୃତ୍ୟୁ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଦିନକରେ ୬୮ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯,୬୦୩କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୯୨କୁ ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe