ରାଜଧାନୀରୁ ୬୪% ସ୍ଥାନୀୟ ସଂକ୍ରମିତ ଚିହ୍ନଟ, ଦିନକରେ ୩୧୯ ପଜିଟିଭ୍, ୪ ମୃତ

Advertisment
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮,୧୪୬ କରୋନା ନମୁନା ପରୀକ୍ଷା

image source-new indianl express

ଭୁବନେଶ୍ୱର : ପୂର୍ବରୁ ରାଜଧାନୀରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ସଙ୍ଗରୋଧରୁ ଚିହ୍ନଟ ହେଉଥିଲେ। ହେଲେ ଚଳିତ ମାସରେ ପୂର୍ବ ସ୍ଥିତି ବଦଳିଛି। ଏବେ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କଣ୍ଟାକ୍ଟସ୍‌ଙ୍କ ସଂଖ୍ୟା ବଢ଼ିଛି। ଗତ ୨୬ ଦିନରେ ରାଜଧାନୀରେ ୯୮୦୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୬୨୪୪ଜଣ ଲୋକାଲ କଣ୍ଟାକ୍ଟସ୍। ୬୪ ପ୍ରତିଶତ କେବଳ ଲୋକାଲ କଣ୍ଟାକ୍ଟସ୍‌ ରହିଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ଜଣ ସଙ୍ଗରୋଧରୁ ଓ ୨୫୭ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସଙ୍ଗରୋଧରୁ ଲକ୍ଷ୍ମୀସାଗର, ସହିଦ ନଗର, ପୋଖରୀପୁଟ, କଳିଙ୍ଗ ବିହାର, ପାତ୍ରପଡ଼ା, ଟଙ୍କପାଣି ରୋଡ୍‌, ଗଙ୍ଗନଗର, କଟକ ରୋଡ୍, ଡୁମୁଡୁମା, ଚନ୍ଦ୍ରଶେଖରପୁର, ବ୍ରହ୍ମେଶର ପାଟଣା, ବରମୁଣ୍ଡା, ବାପୁଜୀ ନଗର ଓ ଅନ୍ୟ ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ନୂଆପଲ୍ଲୀରୁ ସର୍ବାଧିକ ୧୬ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରସୁଲଗଡ଼, ପ୍ରଶାନ୍ତି ବିହାର, ପାତ୍ରପଡ଼ା, ଶିଶୁବିହାର, ପଟିଆ, କପିଳ ପ୍ରସାଦ, କଳିଙ୍ଗ ବିହାର, କଟକ ରୋଡ୍‌, ସିଆରପିଏଫ୍‌ କ୍ୟାମ୍ପସ, ଚନ୍ଦକା, ଭୀମପୁର, ଭରତପୁର, ବରମୁଣ୍ଡା, ଇଡକୋ ‌କଲୋନି, ଶାସ୍ତ୍ରୀ ନଗର, ସତ୍ୟବିହାର, ସାମନ୍ତରାପୁର, ୟୁନିଟ୍‌-୮ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ବରରେ ଆଜି ୪ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏଥିରେ ୩ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ବୟସ ୫୧, ୩୭, ୫୦ ଓ ୫୯ବର୍ଷ ରହିଛି। ଫଳରେ ରାଜଧାନୀରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୪ରେ ପହଞ୍ଚିଛି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦,୫୩୮ରେ ପହଞ୍ଚିଛି। ତହିଁରୁ ୧୬,୮୫୬୪ ରୋଗୀ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe