ଭୁବନେଶ୍ୱର ସ୍ଥିତି ଅଣାୟତ୍ତ : ‌‌ଦୈନିକ ସଂକ୍ରମଣ ୫ଶହରୁ ଖସୁନି

ଦିନକରେ ରେକର୍ଡ ସଂଖ୍ୟକ ୫୮୦ ପଜିଟିଭ୍‌, ସକ୍ରିୟ ‌ରୋଗୀଙ୍କ ସଂଖ୍ୟା ସାଢ଼େ ୪ ହଜାର ଟପିଲା

ବାଲେଶ୍ୱର : ବିଳମ୍ବିତ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ

HuffPost India

ଭୁବନେଶ୍ୱର : ରାଜଧାନୀରେ କରୋନା ମିଟର ୫ଶହ ତଳକୁ ଖସୁନି। ଲଗାତାର ଦ୍ବିତୀୟ ଦିନ ଲାଗି ଭୁବନେଶ୍ବରରେ ‌ରେକର୍ଡ ସଂଖ୍ୟକ ୫୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଭୁବନେଶ୍ବରରେ ୧୧୨୧ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ଜିଲ୍ଲା ତୁଳନାରେ ଭୁବନେଶ୍ବରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଫଳରେ ରାଜଧାନୀରେ ଏବେ ସୁଦ୍ଧା ୧୧,୮୫୩ ରୋଗୀ ଚିହ୍ନଟ ହୋଇସାରିଲେଣି। ୫୮୦ ଆକ୍ରାନ୍ତଙ୍କ ମଧ୍ୟରେ ୨୨୧ ସଙ୍ଗରୋଧରୁ ଓ ୩୫୯ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଷଣ୍ଢ ସାହି, ବିଶେଶ୍ବର, ଲକ୍ଷ୍ମୀନାରାୟଣ, ପଥରବନ୍ଧ, ସାଲିଆସାହି, ଆମ୍ବେଦକର ଓ ଝାରଣା ବସ୍ତିରୁ ପୁଳା ପୁଳା ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ଏମ୍‌ସ, କ୍ୟାପିଟାଲ, ବିଏମ୍‌ସି ଓ ଦୁଇଟି ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଲୋକାଲ କଣ୍ଟାକ୍ଟସ୍‌ରେ ମହାବୀର, ପାଣିଟାଙ୍କି, ସାଲିଆସାହି, ହଳଦୀପଡ଼ିଆ, ମେ’ ଫେୟାର ବସ୍ତି, ଶାନ୍ତିପଲ୍ଲୀ, ଈଶ୍ବାନେଶ୍ବର ଓ ନୀଳପଡ଼ିଆରୁ ରହିଛନ୍ତି। ଏବେ ସଙ୍ଗରୋଧ ତୁଳନାରେ ଲୋକାଲ କଣ୍ଟାକ୍ଟସ୍‌ ଅଧିକ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି। ଯାହାଫଳରେ ଭୁବନେଶ୍ବରରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୪୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୭୨୫୧ ରୋଗୀ ସୁସ୍ଥ ହୋଇ ସାରିଲେଣି। ଆଜି ଆଉ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହେବା ପରେ ଭୁବନେଶ୍ବରରେ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe