ରାଜଧାନୀରେ ବଢ଼ୁଛି କରୋନାରେ ମୃତକଙ୍କ ସଂଖ୍ୟା, ୧୬ ଦିନରେ ୧୦ ମୃତ

Advertisment

ଜୁଲାଇ‌ରେ ପ୍ରାଣ ହରାଇଥିଲେ ୧୧, ଜୁନ୍‌ ସୁଦ୍ଧା ୪ଜଣ

ଜୁଲାଇ‌ରେ ପ୍ରାଣ ହରାଇଥିଲେ ୧୧, ଜୁନ୍‌ ସୁଦ୍ଧା ୪ଜଣ

ରାଜ୍ୟର ୧୨% କରୋନା ମୃତ୍ୟୁ ରାଜଧାନୀ‌ରେ

ଭୁବନେଶ୍ୱର : ଅଗଷ୍ଟ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ଦ୍ରୁତ ଗତିରେ ବଢ଼ୁଛି, ମୃତକଙ୍କ ସଂଖ୍ୟା ମଧ୍ୟ ସେହି ହାରରେ ବଢ଼ୁଛି। କେବଳ ୧୬ ଦିନରେ ୧୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯେତେବେଳେ କି ଜୁଲାଇରେ ୧୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୧୫ରୁ ପ୍ରଥମ ଆକ୍ରାନ୍ତ ହେବା ପରେ ଜୁନ୍‌ ୩୦ ସୁଦ୍ଧା ମୋଟ୍‌ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇ ଓ ଅଗଷ୍ଟରେ ୨୧ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟରେ ଆହୁରି ୧୫ ଦିନ ବାକି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ବି ପୂର୍ବାନୁମାନ କରାଯାଉଛି।

ଅପରପକ୍ଷେ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି, ମୃତକଙ୍କ ସଂଖ୍ୟା ସେହି ହାରରେ ବଢ଼ୁନି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ତୁଳନାରେ ବହୁ କମ୍‌ ଲୋକଙ୍କର ମୃତ୍ୟୁ ହୋଇଛି। ଜୁନ୍‌ ମାସ ଶେଷକୁ ୩୨୦ଜଣ ଆକ୍ରାନ୍ତ ଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ୫୨୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ୨୫ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଗୁଣା ବଢ଼ିଥିବା ବେଳେ ମୃତକଙ୍କ ସଂଖ୍ୟା ୫ ଗୁଣା ବଢ଼ିଛି। ତେଣୁ ଏଠାରେ ମୃତକଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନା‌ରେ କମ୍‌ ବୋଲି କହିପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe