ରାଜଧାନୀରେ ଆଉ ଜଣେ କରୋନାରେ ମୃତ!

ନୂଆଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌, ବାଣୀବିହାରର ୯୦ ଶ୍ରମିକ ନେଗେଟିଭ୍‌

ରାଜଧାନୀରେ ଆଉ ଜଣେ କରୋନାରେ ମୃତ!

Hindustan Times

ଭୁବନେଶ୍ବର : ରାଜଧାନୀରେ ଆଉ ଏକ କରୋନା ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୬୦ରୁ ଅଧିକ ବୟସ ହେବ। କିଛିଦିନ ପୂର୍ବରୁ ସେ ଓ ତାଙ୍କ ପୁଅ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ମୃତ୍ୟୁ ସଂପର୍କରେ କିଛି ଘୋଷଣା କରାଯାଇ ନାହିଁ। ଦୁହେଁ ସଙ୍ଗରୋଧ କେନ୍ଦ୍ରକୁ ଖାଦ୍ୟ ଯୋଗାଣ କରୁଥିବା କୁହାଯାଉଛି।

ନୂଆଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌
ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ନୂଆଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କିଛି ଦିନ ମଧ୍ୟରେ ଏହି ଅଞ୍ଚଳରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଏଭଳି ‌ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ନୂଆ ଗାଁ ହୋମିଓପାଥିକ ଡିସ୍‌ପେନ୍‌ସାରିଠାରୁ ଆରମ୍ଭ କରି ଲକ୍ଷ୍ମୀଧର ସାହୁ ଓ ବୃନ୍ଦାବନ ଜେନାଙ୍କ ଘର ପର୍ଯ୍ୟନ୍ତ, ସେଠାରୁ ସୁଦର୍ଶନ ସାହୁ ଓ ଶଶାଙ୍କ ସାହୁଙ୍କ ବାସଭବନ ପର୍ଯ୍ୟନ୍ତ ଏବଂ ଶ୍ରୀ ସାହୁଙ୍କ ଘରଠାରୁ ଡିସ୍‌ପେନ୍‌ସାରି ପର୍ଯ୍ୟନ୍ତ ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ କଟକଣା ଜାରି ରହିବ।

publive-image

ବାଣୀବିହାରର ୯୦ ଶ୍ରମିକ ନେଗେଟିଭ୍‌
ଭୁବନେଶ୍ବର : ବାଣୀବିହାରରେ ଠିକା ସଂସ୍ଥା ଅଧୀନରେ ପଶ୍ଚିମବଙ୍ଗରୁ କାମ କରିବାକୁ ଆସିଥିବା ୨୬ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର କରୋନା ପଜିଟିଭ୍‌ ଆସିଥିଲା। ଏହାପ‌ରେ କ୍ୟାମ୍ପସରେ ଥିବା ଅନ୍ୟାନ୍ୟ ଶ୍ରମିକଙ୍କ କରୋନା ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଏବେ ସେମାନଙ୍କ ରିପୋର୍ଟ ଆସିଛି। ପରୀକ୍ଷା ହୋଇଥିବା ସମସ୍ତ ୯୦ ଶ୍ରମିକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe