ବାଲିଅନ୍ତା ବ୍ଲକରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା

Advertisment

ଆଜି ପୁଣି ୯ ପଜିଟିଭ୍‌

ଆଜି ପୁଣି ୯ ପଜିଟିଭ୍‌

୨୪ ଘଣ୍ଟାରେ କରୋନାରେ ୮ ପ୍ରବାସୀ ଓଡ଼ିଆ ମୃତ

ବାଲିଅନ୍ତା : ମହାମାରୀ କରୋନା ସଂକ୍ରମଣ ସହ ତାଳ ଦେଇ ଏବେ ସ୍ଥାନୀୟ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତକାଲି କୋଭିଡ୍‌ ମୃତ୍ୟୁ ୫ ହୋଇଥିବା ବେଳେ ଆଜି ପୁଣି ୩ ଜଣଙ୍କ ଜୀବନ ଯାଇଛି। ଫଳରେ ବାଲିଅନ୍ତା ବ୍ଲକରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ସେହିଭଳି ଆଜି ପୁଣି ୯ ଜଣ ପଜିଟିଭ୍‌ ମଧ୍ୟ ଚିହ୍ନଟ ହୋଇଛନ୍ତି। ତେଣୁ ସମ୍ପ୍ରତି ବନ୍ୟା ଦୁର୍ଦ୍ଦଶା ସାଙ୍ଗକୁ କରୋନାର କରାଳ ରୂପ ଏହି ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି।

ଆଜି ବାଳକାଟି ପ୍ରତାପଶାସନ ପଞ୍ଚାୟତରେ ମହାମାରୀ କରୋନା ପୁଣି ଦୁଇ ଜଣ ବ୍ୟକ୍ତିଙ୍କ ପ୍ରାଣ ନେଇଥିବା ବେଳେ ପାଟଣା ଅଞ୍ଚଳର ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ, ଜଣେ ୬୫ ବର୍ଷୀୟ ବୃଦ୍ଧା ଓ ଜଣେ ୪୫ ବର୍ଷୀୟ ଯୁବକ। ଖବର ପାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କୋଭିଡ୍‌ ଟିମ୍‌ ମୃତକମାନଙ୍କ ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ପରିବାରଲୋକଙ୍କ ଉପସ୍ଥିତିରେ ସମସ୍ତଙ୍କ ମୃତଦେହ ବିଏମ୍‌ସିକୁ ହସ୍ତାନ୍ତର ହେବା ସହ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଛି। ୧୮ ତାରିଖରେ ବୃଦ୍ଧାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତୁରନ୍ତ ଚିକିତ୍ସା ଲାଗି ତାଙ୍କୁ ପରିବାର ଲୋକ ଏମ୍‌ସ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ସ୍ବାବ୍‌ ପରୀକ୍ଷା କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ଚିକିତ୍ସା ଲାଗି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଲିଅନ୍ତା ପାଟଣା ଅଞ୍ଚଳର ମୃତକ ୪୫ ବର୍ଷୀୟ ଯୁବକ ଗତ ୨୮ ତାରିଖରେ ହାଇଟେକ୍‌ ହସ୍ପିଟାଲରେ ଭର୍ତି ହୋଇଥିଲେ ଓ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ମହାମାରୀ ପ୍ରତାପଶାସନ ପଞ୍ଚାୟତରେ ସବୁଠାରୁ ଅଧିକ ୫ଜଣଙ୍କ ମୁଣ୍ଡ ନେଇଛି। ତେଣୁ ପ୍ରତାପଶାସନ ଓ ନିକଟସ୍ଥ ବାଳକାଟି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୮ ଜଣଙ୍କର ସ୍ବାବ୍‌ ଟେଷ୍ଟ୍‌ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଗାଁ ସାନିଟାଇଜ୍‌ କାର୍ଯ୍ୟକ୍ରମ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe