ରାଜଧାନୀରେ କରୋନା ଜନିତ ମୃତକଙ୍କ ସଂଖ୍ୟା କମୁନି : ୧୯ ଦିନରେ ମଲେଣି ୩୫

Advertisment

କରୋନା ମୃତ୍ୟୁ ୨୦୦ ଟପିଲା, ଅକ୍ଟୋବର ଅପେକ୍ଷା କମ୍‌ ଆକ୍ରାନ୍ତ କିନ୍ତୁ ମୃତ୍ୟୁ କମୁନି

କରୋନା ମୃତ୍ୟୁ ୨୦୦ ଟପିଲା, ଅକ୍ଟୋବର ଅପେକ୍ଷା କମ୍‌ ଆକ୍ରାନ୍ତ କିନ୍ତୁ ମୃତ୍ୟୁ କମୁନି

୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ କରୋନା ଜନିତ ମୃତକଙ୍କ ସଂଖ୍ୟା କମୁନି। ଚଳିତ ମାସରେ ୧୯ ଦିନ ମଧ୍ୟରେ ୩୫ଜଣଙ୍କ ମୃତ୍ୟୁ ହେଲାଣି। ହେଲେ ବିଏମ୍‌ସିର ଏହି ହିସାବ କରୋନା ମୃ୍ତ୍ୟୁ ପଛର ହିସାବକୁ ରହସ୍ୟକୁ ଠେଲି ଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ନେଇ ଯେଉଁ ହିସାବ ଦେଖାଉଛନ୍ତି, ସତରେ ଏତିକି ଲୋକ କ’ଣ ଏବେ ଭୁବନେଶ୍ବରରେ ମରୁଛନ୍ତି ନା ପୂର୍ବରୁ ଯେଉଁ କରୋନା ମୃତ୍ୟୁଗୁଡ଼ିକୁ ଲୁଚାଇଥିଲେ, ତାହାକୁ ଦର୍ଶାଉଛନ୍ତି।

ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ିଛି। କାରଣ ଅକ୍ଟୋବରରେ ୧ରୁ ୧୯ ତାରିଖ ମଧ୍ୟରେ ୫୫୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ନଭେମ୍ବରରେ ୧୯ ଦିନରେ ମାତ୍ର ୧୧୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ଜଣଙ୍କର ମୃତ୍ୟୁ ହେଲାଣି। ଏପଟେ ରାଜ୍ୟ ସରକାର କୋଭିଡ୍‌ ହସ୍ପିଟାଲରେ ଶଯ୍ୟା କମାଇଥିବା ବେଳେ ଆଇସିୟୁରେ ଶଯ୍ୟା ଖାଲି ପଡ଼ୁଛି ବୋଲି କହୁଛନ୍ତି। କିନ୍ତୁ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ କେଉଁଠି ନା କେଉଁଠି କିଛି ସମସ୍ୟା ରହୁଛି। ଏବେଠୁ ଏ ଦିଗରେ ଧ୍ୟାନ ନଦେଲେ ଆଗକୁ ସ୍ଥିତି ସଙ୍ଗିନ୍‌ ହୋଇପା‌‌‌ରେ ବୋଲି କୁହାଯାଉଛି।

ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ଅକ୍ଟୋବର ମାସରେ ସର୍ବାଧିକ ୭୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଭେମ୍ବରରେ ଏହି ଧାରା ଜାରି ରହିଲେ ଚଳିତ ମାସରେ କରୋନା ମୃତ୍ୟୁ ରେକର୍ଡ କରିବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସତ୍ୟନଗର ଶ୍ମଶାନରେ ଏବେ ଦିନକୁ ପ୍ରାୟ ୧୦ରୁ ୧୨ଟି କରୋନା ମୃତକଙ୍କ ଶବଦାହ ହେଉଛି। ଏଥିରୁ ଅଧିକାଂଶ ବାହାର ଜିଲ୍ଲାର। ବାହାର ଜିଲ୍ଲାର ଗୁରୁତର ଆକ୍ରାନ୍ତ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଥିବାରୁ ଏଠାରେ ମୃତ୍ୟୁ ହେବାରୁ ସେମାନଙ୍କର ଶବଦାହ ହେଉଛି। ପୂର୍ବରୁ ରାଜଧାନୀର ଯେଉଁମାନଙ୍କର କରୋନା ମୃତ୍ୟୁ ହୋଇଥିଲା, ସେଗୁଡ଼ିକର ଅଡିଟ୍‌ ରିପୋର୍ଟ ଆସିବା ପରେ ଏବେ ଦର୍ଶାଯାଉଛି। କେବଳ ଏତିକି ନୁହେଁ, ହଠାତ୍‌ ଅଧିକ ମୃତକଙ୍କ ସଂଖ୍ୟା ଦେଖାଇଲେ ଲୋକ ଭୟଭୀତ ହୋଇଯିବାର ଆଶଙ୍କା ଥିବାରୁ ଆମେ ସନ୍ତୁଳନ କରି ଏହାକୁ ଘୋଷଣା କରୁଛୁ।

ସୂଚନାଯୋଗ୍ୟ ଯେ ଜୁନ୍‌ ୩୦ ସୁଦ୍ଧା ରାଜଧାନୀରେ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁଲାଇ ୩୧ ସୁଦ୍ଧା ୨୭୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୩୧ସୁଦ୍ଧା ୧୦୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର ୩୦ସୁଦ୍ଧା ୨୧୮୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାସରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର ୩୧ ସୁଦ୍ଧା ୨୯୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣଙ୍କର ମୃତ୍ୟୁ ‌େହାଇଥିଲା। ଏହି ମାସରେ ସବୁଠୁ ଅଧିକ କରୋନା ଜନିତ ମୃତ୍ୟୁ ହୋଇଛି। ନଭେମ୍ବରରେ ୧୯ତାରିଖ ସୁଦ୍ଧା ୩୦,୩୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧ଜଣଙ୍କର ମୃତ୍ୟୁ ହୋଇଛି। ଜୁନ୍‌ପରଠାରୁ ସବୁଠୁ କମ୍‌ ଆକ୍ରାନ୍ତ ଏହି ମାସରେ ଚିହ୍ନଟ ହୋଇଥିଲେ ହେଁ ମୃତକଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe