ଚିନ୍ତା ବଢ଼ାଇଛି ଆମିଷ ବଜାର : ସବୁଦିନ ମାର୍କେଟ୍‌ ଯାଅନି

କଟକଣା ଆଉ ଟିକେ କୋହଳ, ସାରା ରାଜ୍ୟରେ ବସ୍ ଚାଲିବ

New Indian Express

ଭୁବନେଶ୍ୱର: ଏବେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜଧାନୀବାସୀ ପ୍ରତିଦିନ ମାର୍କେଟ୍ ଓ ଜନଗହଳି ସ୍ଥାନକୁ ନଯିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ବିଏମ୍‌ସି କମିସନର କହିଛନ୍ତି ଯେ, ଲୋକମାନେ ପ୍ରତିଦିନ ହାଟ, ବଜାରକୁ ଯାଇ ପରିବା, ସଉଦା କିଣିବା ଅଭ୍ୟାସ ବନ୍ଦ କରନ୍ତୁ। ଏକସଙ୍ଗେ ତିନି ଚାରିଦିନ ପାଇଁ ପରିବା କିଣନ୍ତୁ। ସେହିପରି ଆବଶ୍ୟକ ନଥିଲେ କେହି ଘରୁ ନବାହାରନ୍ତୁ। କେଉଁ ଜିନିଷ କେତେ ଦିନ ପାଇଁ ଆଣିଲେ ଆଉ ବଜାରକୁ ଯିବାକୁ ପଡ଼ିବନି ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ।

publive-image

ବିଏମ୍‌ସି କମିସନର କହିଛନ୍ତି ଯେ, ରାଜଧାନୀର ବିଭିନ୍ନ ମାଛ ମାର୍କେଟରେ ଅସମ୍ଭାଳ ଗହଳି ହେଉଥିବା ଦେଖାଯାଉଛି। ଏଠାରେ ଲୋକ ସାମାଜିକ ଦୂରତା କଟକଣା ମାନୁନାହାନ୍ତି। ନିକଟରେ ୟୁନିଟ-୪ ମାଛ ମାର୍କେଟରୁ ୨୧ଜଣ କରୋନା ଆକ୍ରାନ୍ତ ‌ଚିହ୍ନଟ ହୋଇଥିବାବେଳେ ଆଗାମୀ ଦିନରେ ଏଠାରୁ ଆକ୍ରାନ୍ତ ଚିହ୍ନଟ ହେବେନି ବୋଲି କୁହାଯାଇପାରିବନି। ତେଣୁ ଲୋକମାନେ ମାଛ ମାର୍କେଟ ଏବଂ ବିଭିନ୍ନ ଆମିଷ ମାର୍କେଟକୁ ଗଲାବେଳେ ସାମାଜିକ ଦୂରତା ନିୟମ ମାନନ୍ତୁ। ମାସ୍କ ପିନ୍ଧିବା ସହ ଅନଲାଇନ୍‌ରେ ଟଙ୍କା ଦେବାକୁ ଅଗ୍ରାଧିକାର ଦିଅନ୍ତୁ। ଲୋକ ସଚେତନ ହେଲେ କରୋନାକୁ ମୁକାବିଲା କରିବା ସହଜ ହେବ। ସେହିପରି ରାଜଧାନୀର ସବୁଠୁ ଅଧିକ ଗହଳି ହେଉଥିବା ୟୁନିଟ-୨ ମାର୍କେଟ୍ ବିଲଡିଂ, ୟୁନିଟ-୧ ହାଟ, ୟୁନିଟ-୪ ମାର୍କେଟ ସମେତ ବିଭିନ୍ନ ହାଟ ବଜାରରେ ଲୋକମାନେ ଓ ବ୍ୟବସାୟୀମାନେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବେ। ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ସାମଗ୍ରୀ ନଦେବାକୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ଏନେଇ ବ୍ୟବସାୟୀମାନଙ୍କୁ ସହଯୋଗର ହାତ ବଢ଼ାଯିବ। ବ୍ୟବସାୟୀମାନେ ଅଧିକ ଲୋକଙ୍କୁ ଦୋକାନ ଭିତରକୁ ନପୂରାଇବା ସହ କର୍ମଚାରୀଙ୍କୁ କୋଭିଡ୍‌ ନିୟମ ପାଳିବାକୁ ବାଧ୍ୟ କରିବାକୁ କମିସନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe