ରାଜଧାନୀରେ ପୁଣି ହଜାରେ ଟପିଲା ଦୈନିକ ସଂକ୍ରମଣ

ଦୈନିକ ମୃତ୍ୟୁ ସଂଖ୍ୟା ବି କମିଲା, ୧୦୦୧ ଆକ୍ରାନ୍ତ, ୧୧୫୩ସୁସ୍ଥ

୫ ରାଜ୍ୟ‌ରେ ୮୩% ମାମଲା: ଆରୋଗ୍ୟ ହାର ୯୭.୪୦%

New Indian Express

ଭୁବନେଶ୍ବର : ଲଗାତାର ୪ଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ରହିବା ପରେ ରବିବାର ୧୦୦୧ ହୋଇଛି। କିନ୍ତୁ ସୁସ୍ଥ ସଂଖ୍ୟା ସବୁଠୁ ଅଧିକ ୧୧୫୩ରେ ପହଞ୍ଚିଛି। ସେହିପରି ଗତ କିଛି ଦିନ ହେଲା ପ୍ରତିଦିନ ବିଏମ୍‌ସି କର୍ତ୍ତୃପକ୍ଷ ତିନିରୁ ଚାରି ଜଣଙ୍କର କରୋନା ମୃତ୍ୟୁ ଦର୍ଶାଉଥିବାବେଳେ ଆଜି ଏହା ୧କୁ ଖସିଛି। ସୁସ୍ଥ ଓ ମୃତ୍ୟୁ ସଂଖ୍ୟା ଆଶ୍ବସ୍ତ କରିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ବଡଗଡ଼ରୁ ୨୦ଜଣ, ବରମୁଣ୍ଡାରୁ ୩୨, ଲକ୍ଷ୍ମୀସାଗରରୁ ୨୫, ଝାରପଡ଼ାରୁ ୩୦, ଭରତପୁରରୁ ୧୪, ବିଜେବି ନଗରରୁ ୧୪, ମଞ୍ଚେଶ୍ବରରୁ ୨୪, ପଟିଆରୁ ୬୦, ଡୁମଡୁମାରୁ ୪୦, ନୂଆପଲ୍ଲୀରୁ ୩୯, ପୁରୁଣା ଭୁବନେଶ୍ବରରୁ ୩୯, ସୁନ୍ଦରପଦାରୁ ୧୮, ୟୁନିଟ-୯ରୁ ୨୭, ସହିଦନଗରରୁ ୨୨, ନୀଳାଦ୍ରିବିହାରରୁ ୨୯, ଶୈଳଶ୍ରୀବିହାରରୁ ୩୩, ପାତ୍ରପଡ଼ାରୁ ୩୪, ୟୁନିଟ-୮ରୁ ୨୩, ଚନ୍ଦ୍ରଶେଖରପୁରରୁ ୫୮ ଓ ଖଣ୍ଡଗିରିରୁ ୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe