ଝାରପଡ଼ା ଜେଲରେ ବଢୁଛି ସଂକ୍ରମଣ : ୧୯ କଏଦୀ, ୩ କର୍ମଚାରୀ, ୧୨ ସୁରକ୍ଷାକର୍ମୀ ଆକ୍ରାନ୍ତ

Advertisment
କୋଭିଡ୍‌ରେ ଚାଲିଗଲା କଏଦୀଙ୍କ ପ୍ରାଣ, ବାଜିରେ ଲାଗିଛି ଝାରପଡ଼ା ଜେଲ କଏଦୀଙ୍କ ଜୀବନ

Odisha Bytes

ଭୁବନେଶ୍ୱର : ଝାରପଡ଼ା ଜେଲ୍‌ରେ ଏବେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏବେ ସୁଦ୍ଧା ୧୯ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସେହିପରି ୩ଜଣ କର୍ମଚାରୀ ଓ ସୁରକ୍ଷା ଦାୟିତ୍ବରେ ଥିବା ୧୨ଜଣ ଓଡ଼ିଶା ସ୍ପେସାଲ୍‌ ଷ୍ଟ୍ରାଇକିଂ ଫୋର୍ସ(ଓଏସ୍ଏସ୍ଏଫ) ସୁରକ୍ଷାକର୍ମୀ ଆକ୍ରାନ୍ତ ହୋଇଛନ୍ତି। କଏଦୀମାନଙ୍କୁ ଜେଲ୍‌ରେ ସ୍ବତନ୍ତ୍ର ଆଇସୋଲେସନ୍‌‌ରେ ରଖି ଚିକିତ୍ସା କରାଯାଉଛି। ଯେଉଁମାନଙ୍କର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଜଣେ ଚିଟଫଣ୍ଡ ଅଭିଯୁକ୍ତ କଏଦୀଙ୍କ ମୃତ୍ୟୁ ହୋଇଥିଲା।

ମଳିପଡ଼ା ସରପଞ୍ଚଙ୍କ ସ୍ୱାମୀ କରୋନାରେ ମୃତ
ମେଣ୍ଢାଶାଳ : ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମଳିପଡ଼‌ା ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ପ୍ରଧାନଙ୍କ ସ୍ୱାମୀ ଅକ୍ଷୟ ପ୍ରଧାନ (୪୮) ଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି। ସେ ଗତ ୪ଦିନ ତଳେ ଅସୁସ୍ଥ ହୋଇ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ବେଳେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କ ବିୟୋଗରେ ନିଜ ଗ୍ରାମ ଗୋଠପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପ୍ରଧାନ ଲକ୍‌ଡାଉନ ସମୟରେ ମଳିପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe