ଖୋର୍ଧା ଜିଲ୍ଲାର ୪୫% ରୋଗୀ ରାଜଧାନୀର

Advertisment

କୋଭିଡ ହସ୍ପିଟାଲର ୨ ଯୋଦ୍ଧା ପଜିଟିଭ୍‌, ରୋଗୀଙ୍କ ସଂସ୍ପର୍ଶରେ ଆସି ୩ବର୍ଷର ଶିଶୁ ପଜିଟିଭ୍

କୋଭିଡ ହସ୍ପିଟାଲର ୨ ଯୋଦ୍ଧା ପଜିଟିଭ୍‌, ରୋଗୀଙ୍କ ସଂସ୍ପର୍ଶରେ ଆସି ୩ବର୍ଷର ଶିଶୁ ପଜିଟିଭ୍

କରୋନା ଆକ୍ରାନ୍ତଙ୍କୁ ଘରୁ ନେଉନାହାନ୍ତି : ସଂକ୍ରମିତ ହାଟବଜାର ବୁଲୁଛନ୍ତି, ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି

New Indian Express

ଭୁବନେଶ୍ବର : ରାଜଧାନୀରେ ଥିବା ହସ୍ପିଟାଲଗୁଡ଼ିକରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେବଳ ସରକାରୀ ନୁହେଁ, ଘରୋଇ ହସ୍ପିଟାଲରେ ବହୁ ସଂଖ୍ୟାରେ କର୍ମଚାରୀ ଓ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। କୋଭିଡ୍‌ ଯୋଦ୍ଧା ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ହସ୍ପିଟାଲଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସିର ଏସ୍‌ଓପି କିଛି କାମ କରୁନି। ଜୁନ୍ ମାସରେ ରାଜଧାନୀରେ କରୋନା ଫେରିଥିବା ବେଳେ ଜୁଲାଇ ମାସରେ ପରିସ୍ଥିତିକୁ ଜଟିଳ କରିଦେଲାଣି।

ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୯୯୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏଥିରୁ ସର୍ବାଧିକ ରହିଛନ୍ତି ରାଜଧାନୀରୁ। ରାଜଧାନୀରୁ ୪୫୦ ଜଣ ରୋଗୀ ବାହାରିଛନ୍ତି, ଯାହାକି ଜିଲ୍ଲାର ସମୁଦାୟ ଆକ୍ରାନ୍ତର ୪୫ ପ୍ରତିଶତରୁ ଅଧିକ। କିଛି ଦିନ ତଳେ ଏହା ୪୦ ପ୍ରତିଶତ ରହିଥିଲା। ଯେଉଁଭଳି ଭାବେ ଏବେ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାହା ଲାଗି ରହିଲେ ଖୁବଶୀଘ୍ର ଏହା ୫୦ ପ୍ରତିଶତକୁ ଛୁଇଁପାରେ। ଏହାସହ ଜିଲ୍ଲାରେ ୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରୁ ୬ଜଣ ରାଜଧାନୀରୁ ରହିଛନ୍ତି। ଦିନକୁ ଦିନ ରାଜଧାନୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ବିଶେଷକରି ବସ୍ତି ଅଞ୍ଚଳରେ ବହୁ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ରାଜଧାନୀର କୋଭିଡ୍‌ ମୁକାବିଲା ପାଇଁ ଆହ୍ବାନ ସୃଷ୍ଟି କରିଛି।

publive-image

ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦ଜଣ ସଙ୍ଗରୋଧରୁ, ୨ଜଣ କୋଭିଡ୍‌ ଯୋଦ୍ଧା ଓ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ‌ଙ୍ଗରୋଧରେ ଥିବା ଏମ୍‌ସର ୨ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ୨ଜଣ, ପଟିଆ ଗାଁ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ, ବିଜେବି ନଗର ପାଣିଟାଙ୍କି ବସ୍ତି, ଅନ୍ଧାରୁଆ ଦାସପୁର, ଶତାବ୍ଦୀ ନଗର ‌ଲେନ୍-୧, ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଯୁବତୀ, ଚକେଇସିଆଣୀର ମଙ୍ଗଳା ମନ୍ଦିର ନିକଟରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରାଜଧାନୀରେ ଥିବା ଏକ ଘରୋଇ କୋଭିଡ ହସ୍ପଟାଲର ୨ଜଣ କୋଭିଡ ଯୋଦ୍ଧା ପଜିଟିଭ୍ ହୋଇଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ସବୁ ରୋଗୀ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି। ଜୟଦେବ ବିହାର ଇଏସ୍‌ଆଇ ହସ୍ପିଟାଲ କଲୋନିରୁ, ଚନ୍ଦ୍ରଶେଖରପୁର ପ୍ରଗତି ବିହାର, ୟୁନିଟ୍‌-୪ ଏମ୍‌ଏଲଏ କଲୋନିରୁ ଜଣେ ଲେଖାଏଁ ରହିଛନ୍ତି। ଏହାସହ ପଟିଆ ବିଗବଜାର ନିକଟରୁ ୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ୩ବର୍ଷର ଶିଶୁ ରହିଛି। ରାଜଧାନୀରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୭୪ଜଣ ସୁସ୍ଥ ହୋଇଥିବା ବେଳେ ୧୬୯ ସକ୍ରିୟ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe