ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ : ୧୬ ଦିନରେ ୬୦୦ ଆକ୍ରାନ୍ତ, ଜୁଲାଇରେ ୭ ମଲେଣି

Advertisment
ଗଣପତି ବସ୍ତି ହେଲା କଣ୍ଟେନମେଣ୍ଟ ଜୋନ୍‌

୨୫ରୁ ଅଧିକ ବସ୍ତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା
ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ କଟକଣା

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଲାଣି। ରାଜଧାନୀର ଚାରି ଦିଗରେ କରୋନା ଆକ୍ରାନ୍ତ ଛାଇଗଲେଣି। ସବୁ ଅଞ୍ଚଳରେ କରୋନା ମାଡ଼ିଗଲାଣି। ‌ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏବେ ବିଏମ୍‌ସି ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ଫେଲ୍‌ ମାରିଲାଣି। ରାଜଧାନୀରେ ଜୁଲାଇ ମାସରେ ୧୬ଦିନରେ ୫୯୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପୂରା ରାଜଧାନୀରେ ପୁଣି ଲକ୍‌ଡାଉନ୍‌ ନିୟମ ଲାଗୁ ହୋଇଛି।

ଜୁନ୍‌ ୩୦ରେ ରାଜଧାନୀରେ ୩୨୦ ଜଣ କରୋନା ଆକ୍ରାନ୍ତ ଥିବାବେଳେ ୪ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। କିନ୍ତୁ ଆଜିକା ଦିନରେ ଏହା ତିନି ଗୁଣ ବଢ଼ିଯାଇଛି। ଆଜି ରାତି ସୁଦ୍ଧା ରାଜଧାନୀରେ ୯୧୯ କରୋନା ଆକ୍ରାନ୍ତ ହୋଇଥିବାବେଳେ ଏଥିରୁ ୫୦୪ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୪୦୩ଜଣ ସୁସ୍ଥ ହୋଇଥିବାବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜୁଲାଇରେ ୭ଜଣ କରୋନାରେ ମୃତ୍ୟୁବରଣ କଲେଣି।

publive-image Photo by : pinimg.com

ରାଜଧାନୀରେ କରୋନା ସ୍ଥିତି ଅଣାୟତ୍ତ ହେବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବହୁ ହସ୍ପିଟାଲ, ୨୫ରୁ ଅଧିକ ବସ୍ତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସ୍ଥିତି ଅଣାୟତ୍ତ ହେଉଥିବାରୁ ବିଏମ୍‌ସି ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଏବେ କଟକଣା ଜାରି କରିଛି। କେବଳ ଜରୁରୀକାଳୀନ ଅଫିସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ବ୍ୟତୀତ ସବୁ ବନ୍ଦ କରିଛି। ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଧାନୀରେ କଟକଣା ଲାଗୁ କରାଯାଇଛି। କରୋନା ଆକ୍ରାନ୍ତଙ୍କ ଚେନ୍‌ ଭାଙ୍ଗିବା ପାଇଁ ବିଏମ୍‌ସି ଏହି ୧୪ଦିନିଆ କଟକଣା ଜାରି କରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe