କଡ଼ାକଡ଼ି ହେଲା କୋଭିଡ୍‌ କଟକଣା : ଉଲ୍ଲଂଘନକାରୀଙ୍କଠାରୁ ୨୩ହଜାର ଟଙ୍କା ଆଦାୟ

Advertisment
କଡ଼ାକଡ଼ି ହେଲା କୋଭିଡ୍‌ କଟକଣା : ଉଲ୍ଲଂଘନକାରୀଙ୍କଠାରୁ ୨୩ହଜାର ଟଙ୍କା ଆଦାୟ

ଭୁବନେଶ୍ବର : ରାଜ୍ୟ ସରକାର କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିବା ପରେ ବିଏମ୍‌ସି ପକ୍ଷରୁ ଏହି କଟକଣା ଜୋରଦାର କରାଯାଇଛି। ବିଏମ୍‌ସିର ତିନିଟି ଜୋନ୍‌ରେ କୋଭିଡ୍‌ ନିୟମ ପାଳନ ହେଉଛି କି ନାହିଁ, ଯାଞ୍ଚ କରିବା ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ବିଏମ୍‌ସି କମିସନର ତିନି ଜୋନ୍‌ର ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୫ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ନିୟୋଜିତ କରାଯାଇଛି। ଆଜି ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ୍‌ ଡେପୁଟି କମିସନର୍‌ ଅଂଶୁମାନ ରଥଙ୍କ ନେତୃତ୍ବରେ ବିଏମ୍‌ସି ସ୍କ୍ବାଡ୍‌ ୟୁନିଟ-୧ ଓ ଜନପଥରେ ବିଭିନ୍ନ ସୋ’ରୁମ୍, ହୋଟେଲ, ମଲ୍, ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ କରି ୨୩,୭୦୦ ଟଙ୍କା ଜରିମାନା ଆଦାୟ କରିଛି। ଯେଉଁମାନେ ମାସ୍କ ପିନ୍ଧି ନଥିଲେ, ଦୋକାନରେ ସାମାଜିକ ଦୂରତା ରଖୁନଥିଲେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

ବିଏମ୍‌ସିର ସହାୟକ କମିସନର ଲିଲନ ପ୍ରସାଦ ସାହୁ କହିଛନ୍ତି ଯେ ଏଣିକି କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ଯେଉଁମାନେ ନ ମାନିବେ, ସେମାନଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯିବ। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ କୋଭିଡ୍‌ ମାନୁ ନଥିବା ଦେଖାଯିବ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ଦୋକାନ ସିଲ୍‌ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe