breakingodisha.com
ପୁରୁଣା ଭୁବନେଶ୍ୱର : କରୋନା ପାଇଁ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କଟକଣା ଜାରି କରାଯାଇଛି। କାର୍ଯ୍ୟାଳୟକୁ ଏକାଥରକେ ମାତ୍ର ୪ଜଣ ପ୍ରବେଶ କରିପାରିବେ। ସେମାନେ ବାହାରିବା ପରେ ଆଉ ୪ଜଣ ପ୍ରବେଶ କରିବେ। ଏହି କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଉପଜିଲ୍ଲାପାଳ ଦେବବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଳ୍ପନାସ୍ଥିତ ଜିଲ୍ଲା ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ମଧ୍ୟ କଟକଣା ଜାରି ହୋଇଛି। ପ୍ରବେଶ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ନଚେତ୍ କୌଣସି କାମ ହେବ ନାହିଁ ବୋଲି କୁହାଯାଇଛି। ସେହିପରି ତହସିଲ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପାଇଁ ୧୦ ଦିନ ବନ୍ଦ ରହିବ। ସବୁ କାମ କେବଳ ଅନ୍ଲାଇନ୍ରେ ହେବ। ଏ ନେଇ ତହସିଲ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି। ବିଜ୍ଞପ୍ତିରେ ମେଲ୍ ଆଇଡି, ହ୍ବାଟସ୍ଆପ ନମ୍ବର ଦିଆଯାଇଛି। ତହସିଲ ସଂପର୍କିତ ଯେକୌଣସି କାର୍ଯ୍ୟ ପାଇଁ ଏହି ମାଧ୍ୟମରେ ଯୋଗାଯୋଗ କରିବାକୁ କୁହାଯାଇଛି।
Follow Us