ଜୁଲାଇ ୩୧ସୁଦ୍ଧା ଦିନକୁ ୨ହଜାର ପରୀକ୍ଷା ହେବ

Advertisment

ରାଜଧାନୀରେ ହେଲାଣି ୫୪ହଜାର ପରୀକ୍ଷା

ରାଜଧାନୀରେ ହେଲାଣି ୫୪ହଜାର ପରୀକ୍ଷା

ଜୁଲାଇ ୩୧ସୁଦ୍ଧା ଦିନକୁ ୨ହଜାର ପରୀକ୍ଷା ହେବ

Spectrum MDX

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଜି ସୁଦ୍ଧା ରାଜଧାନୀରେ ୧୩୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ହେଲେ ଏଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ୫୪ହଜାରରୁ ଅଧିକ ଲୋକଙ୍କର ନମୁନା ସଂଗ୍ରହ କରିଛନ୍ତି ବୋଲି କହିଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୩୧ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଯେପରି ଅଧିକରୁ ଅଧିକ ନମୁନା ପରୀକ୍ଷା ହେବ, ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ ସେଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଜୁଲାଇ ୩୧ ସୁଦ୍ଧା ଦିନକୁ ପ୍ରାୟ ୨ହଜାର ନମୁନା ସଂଗ୍ରହ କରି ପରୀକ୍ଷା କରିବେ ବୋଲି ଯୋଜନା କରିଛନ୍ତି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ଦିନକୁ ପ୍ରାୟ ୧୪୦୦ ପରୀକ୍ଷା ହେଉଥିବାବେଳେ ଖୁବ୍‌ ଶୀଘ୍ର ଏହାକୁ ୫୦ରୁ ୬୦% ବଢ଼ାଯିବ। ମୁଖ୍ୟତଃ ବସ୍ତି ଅଞ୍ଚଳ, ଆବଦ୍ଧାଞ୍ଚଳ, ସମ୍ବେଦନଶୀଳ କର୍ମଚାରୀଙ୍କର ନମୁନା ସଂଗ୍ରହ ହେବ। ଅଧିକାଂଶ ପରୀକ୍ଷା ରାପିଡ୍‌ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe