ବିଏମ୍‌ସି ପକ୍ଷରୁ ଜୁଲାଇ ୩୧ ସୁଦ୍ଧା ଦିନକୁ ୧୪୦୦ ପରୀକ୍ଷା ହେବ

୧୧୪ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ

କପିଳେଶ୍ୱରରୁ କରୋନା ଆକ୍ରାନ୍ତ ବାହାରିବା ଘଟଣା : ବିଏମ୍‌ସି ରିପୋର୍ଟ ପଜିଟିଭ୍‌, ଘରୋଇ ହସ୍ପିଟାଲରେ ନେଗେଟିଭ୍‌

The Indian Express

ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ଡାଉନ୍ ଘୋଷଣା ହୋଇଥିବାରୁ ଏହି ସମୟରେ ଯେପରି ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେଥିପାଇଁ ବିଏମ୍‌ସି ପକ୍ଷରୁ କୋଭିଡ୍‌-୧୯ ପରୀକ୍ଷା ଜୋରଦାର୍ କରାଯାଇଛି। ଭୁବନେଶ୍ବର କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ, ବିଏମ୍‌ସି ପକ୍ଷରୁ ଏବେ ଦିନକୁ ପ୍ରାୟ ୧୦୦୦ ପରୀକ୍ଷା ହେଉଥିବାବେଳେ ଜୁଲାଇ ୩୧ ସୁଦ୍ଧା ଦିନକୁ ୧୪୦୦ ଜଣଙ୍କର ପରୀକ୍ଷା ହେବ। ଅଧିକ ସମ୍ବେଦନଶୀଳ କର୍ମଚାରୀ, ବସ୍ତି, ବିଭିନ୍ନ ହାଟ, ବ୍ୟବସାୟିକ ଅଞ୍ଚଳରେ ଏହି ପରୀକ୍ଷା ହେବ। ସେହିପରି ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିବା ଏବଂ କଣ୍ଟାକ୍ଟ ଟ୍ରେସିଂ ପାଇଁ ୯ଟି ତ୍ବରିତ କାର୍ଯ୍ୟାନୁଷ୍ଠାନ ଦଳ (ଆର୍‌ଆର୍‌ଟି) କାମ କରୁଥିବାବେଳେ ଏବେ ଏହାକୁ ୧୫କୁ ବଢ଼ାଯିବ। ଏହାସହ ଲୋକଙ୍କୁ ସଚେତନ କରିବାକୁ ୬୭ଟି ୱାର୍ଡରେ ସଚେତକ କମିଟି କାମ କରୁଛନ୍ତି। ପ୍ରତି ଟିମ୍‌ରେ ୨୦ରୁ ୨୫ଜଣ ଲେଖାଏ ସ୍ବେଚ୍ଛାସେବୀ ଅଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।

୧୧୪ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ ଛୁଇଁଥିବାବେଳେ ଏଥିରେ ୧୧୪ଜଣ କୋଭିଡ୍‌ ଯୋଦ୍ଧା ଅଛନ୍ତି। ଗତ ୧୦ଦିନରେ ୧୧ଜଣ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିଏମ୍‌ସି ଓ ବିଡିଏର କର୍ମଚାରୀଙ୍କ ସମେତ ପୁଲିସ କର୍ମଚାରୀ, ଡାକ୍ତର, ନର୍ସ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ, ଆଶା କର୍ମୀ ଆଦି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe