ରାଜଧାନୀରୁ ଚିହ୍ନଟ ହେଲେ ୧୩୭ଜଣ କରୋନା ଆକ୍ରାନ୍ତ; କାଲିର ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଆଜି କମ୍‌ ରହିଛି

Advertisment
ରାଜଧାନୀରୁ ଚିହ୍ନଟ ହେଲେ ୧୩୭ଜଣ କରୋନା ଆକ୍ରାନ୍ତ; କାଲିର ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଆଜି କମ୍‌ ରହିଛି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରିଛି। ତେବେ ଗତକାଲି ରାଜଧାନୀରୁ ୨୧୫ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ହ୍ରାସ ପାଇ ୧୩୭ ହୋଇଥିବା ଏକ ଖୁସି ଖବର ବୋଲି କୁହାଯାଉଛି। ଏଯାବତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୨ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୨୭୧ଟି ରହିଛି।

କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୯୮ଜଣଙ୍କ ମଧ୍ୟରୁ ୟୁନିଟ୍‌-୧ ବସ୍ତିରୁ ଆଜି ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୧୧ଜଣ ଚିହ୍ନଟ ହୋଇଛନ୍ତି। ଉକ୍ତ ଆକ୍ରାନ୍ତ ନିକଟରେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ସ୍ଥାନୀୟ ଅଞ୍ଚଳରୁ ୩୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।

ଏହାର ଭିତରେ ଆଶ୍ୱସ୍ତିର ଖବର ହେଉଛି ବୁଧବାର ଭୁବନେଶ୍ୱରରରୁ ୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇଲେ ଏଯାବତ ୧୨୧୬ଜଣ ଆରୋଗ୍ୟ ଲାଗ କରି ହସ୍‌ପିଟାଲରୁ ଘରୁ ଫେରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe