ସୁପର ସ୍ପ୍ରେଡରଙ୍କ କବଳରୁ ନିସ୍ତାର ନାହିଁ, ପୁଣି ମଞ୍ଚେଶ୍ବରରେ ଥିବା ଅଟାକଳର ୩୫ କର୍ମଚାରୀ କରୋନା ସଂକ୍ରମିତ

Advertisment
ସୁପର ସ୍ପ୍ରେଡରଙ୍କ କବଳରୁ ନିସ୍ତାର ନାହିଁ, ପୁଣି ମଞ୍ଚେଶ୍ବରରେ ଥିବା ଅଟାକଳର ୩୫ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେବାକୁ ଲାଗିଛି। ଆଜି ଭୁବନେଶ୍ୱରରରୁ ୧୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ପୁଣି ଅଟାକଳର ୩୫ଜଣ କର୍ମଚାରୀଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଅଟାକଳର ୩୫ଜଣ କର୍ମଚାରୀଙ୍କ ବୟସ ଯଥାକ୍ରମେ ୪୯, ୨୬, ୨୬,୨୨, ୨୫, ୫୩,୨୫, ୩୫, ୫୧, ୨୦, ୨୩, ୨୧, ୪୦, ୪୩, ୫୦, ୬୫, ୩୧,୨୨, ୩୮,୨୯,୩୦,୨୩, ୩୩,୪୯,୩୩, ୪୩,୫୧,୨୨,୨୪,୨୬,୫୦,୪୨,୩୫,୨୭,୧୮ ବର୍ଷ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ଗତକାଲି ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ଜଣ ଅଟାକଳ କର୍ମଚାରୀଙ୍କ କରୋନା ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତକାଲି  ପଜିଟିଭ ଜିହ୍ନଟ ହୋଇଥବା ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୫୦, ୨୫,୪୫,୩୮,୩୧, ୩୦, ୫୫, ୨୫, ୪୧, ୨୦, ୩୯,୨୨, ୩୯,୪୪, ୪୫, ୪୫,୫୧,୭୦,୪୩,୫୦,୩୩,୩୫,୪୮,୫୩,୬୨,୪୨ବର୍ଷ ରହିଛି।

ସେହିପରି ଜଣେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭୁବନେଶ୍ବରର ସପ୍ତମ ବଟାଲି୍ଅନ୍ ଅଞ୍ଚଳରେ ୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe