ରାଜଧାନୀରୁ ଚିହ୍ନଟ ହେଲେ ୮୯୮ଜଣ କରୋନା ସଂକ୍ରମିତ

ରାଜଧାନୀରୁ ଚିହ୍ନଟ ହେଲେ ୮୯୮ଜଣ କରୋନା ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୮୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୨୬ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୭୨ଜଣ ରହିଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୭୪ରେ ପହଞ୍ଚିଛି। ସେହିପରି ଏବେ ବି ୧୦୬୫୬ଟି ସକ୍ରିୟ ମାମଲା ରହିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

କରୋନାରେ ସଂକ୍ରମିତ ହୋଇ ଗତ ୨୪ଘଣ୍ଟା ମଧ୍ୟରେ ୧୨୨୮ଜଣ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୬୭୫୫୨ରେ ପହଞ୍ଚିଛି। ତେବେ ୩୪୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe