ଭୁବନେଶ୍ବରରୁ ହ୍ରାସ ପାଉଛି ସଂକ୍ରମଣ: ଗତକାଲି ୮୯୮ଜଣ ଥିବା ବେଳେ ଆଜି ୭୫୩ଜଣ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବରରୁ ହ୍ରାସ ପାଉଛି ସଂକ୍ରମଣ: ଗତକାଲି ୮୯୮ଜଣ ଥିବା ବେଳେ ଆଜି ୭୫୩ଜଣ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜଧାନୀରେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗତକାଲି ୮୯୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭୫୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ତେବେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୭୫୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୨୬ଜଣ ରହିଥିଲେ। ସେହିପରି ଆଜି ସ୍ଥାନୀୟ ଅଞ୍ଚଳରୁ ୬୨୨ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
ଏଯାବତ ରାଜଧାନୀରେ ସଂକ୍ରମଣ ସଂଖ୍ୟା ୭୯୩୨୭ରେ ପହଞ୍ଚିଥିବା ବେଳେ ୬୮୮୨୭ଜଣ ସୁସ୍ଥ ହୋଇଛନ୍ତି। ଏତଦ ବ୍ୟତୀତ ଏବେ ବି ୧୦୧୩୧ଟି କରୋନା ସକ୍ରିୟ ମାମଲା ଥିବା ବେଳେ ୩୪୮ଜଣ ମହାମାରୀରେ ପ୍ରାଣ ହରାଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe