ଭୁବନେଶ୍ବର: ଧୀରେଧୀରେ ଭୁବନେଶ୍ବରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହା କି ରାଜଧାନୀବାସୀଙ୍କ ପାଇଁ ଏକ ପ୍ରକାର ଖୁସି ଖବର ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୫୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୨୩୧ଜଣ। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୧୨ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୫୪ଜଣ ରହିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏବେ ବି ରାଜଧାନୀରେ କରୋନା ସକ୍ରିୟ ମାମଲା ୮୭୯୬ଟି ରହିଛି।
Follow Us