ସିଜୁଆରେ ଗୋମଡ଼କ, ଚାଷୀ ଆତଙ୍କିତ

Advertisment
ସିଜୁଆରେ ଗୋମଡ଼କ, ଚାଷୀ ଆତଙ୍କିତ

ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ସିଜୁଆରେ ଅଜଣା ରୋଗ କାରଣରୁ ଲାଗି ରହିଥିବା ଗୋମଡ଼କକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଗାଈ ବାଛୁରି ମୃତ୍ୟୁବରଣ କଲେଣି। ବିଶେଷକରି ଏହି ଅଜଣା ରୋଗରେ ବାଛୁରିମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ପଶୁ ଚିକିତ୍ସାକେନ୍ଦ୍ର ଏହି ରୋଗ ନିରାକରଣର ପନ୍ଥା ପାଇ ନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ଗୁମାନସିଂହଙ୍କ ଅଭିଯୋଗ ଅନୁସାରେ ଗତ ୨ ସପ୍ତାହ ମଧ୍ୟରେ ୧୨ଟି ବାଛୁରି ଓ ୮ଟିରୁ ଅଧିକ ଗାଈ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଗାଁର ବିଜୟ ଛୋଟରାୟ, ନିତେଇ ପଲେଇ, ଜନକ ଗୁମାନସିଂହ, ଗତିକୃଷ୍ଣ ଜେନା, ବାନା ପ୍ରଧାନ, ଲୁଲୁ ପ୍ରଧାନ ଆଦି ଚାଷୀମାନଙ୍କ ଗାଈ ବାଛୁରି ମୃତ୍ୟୁବରଣ କରିଥିବା କହିଛନ୍ତି। ପାତ୍ରପଡ଼ାସ୍ଥିତ ପଶୁ ଚିକିତ୍ସାକେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ରୋଗର ଶିକାର ଗାଈ ବାଛୁରିଙ୍କୁ ଇଂଜେକ୍ସନ ଦେଲେ ମଧ୍ୟ କିଛି କାମ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ଏହି ରୋଗରେ ଆକ୍ରାନ୍ତ ହେଉଥିବା ଗାଈ ବା ବାଛୁରି ପ୍ରଥମେ ଭଲରେ ଖିଆପିଆ କରୁନାହିଁ ଓ ଥଣ୍ଡାରେ ପୀଡ଼ିତ ହେଲା ଭଳି ଜଣାପଡ଼ୁଛି। କିନ୍ତୁ ମାତ୍ର ଗୋଟିଏ ଦିନ ପରେ ହଠାତ୍ ସେମାନେ ମରି ଯାଉଛନ୍ତି। ସ୍ଥାନୀୟ ଡାକ୍ତର ଏହି ଅଜଣା ରୋଗ ଚିହ୍ନି ପାରୁ ନଥିବାରୁ ତୁରନ୍ତ ଜିଲ୍ଲା ପଶୁ ଚିକିତ୍ସାକେନ୍ଦ୍ର ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe