ଭୁବନେଶ୍ବର : ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଏଆଇଟିୟୁସି ଓ ବିକେଏମ୍ୟୁ ପକ୍ଷରୁ ଆଜି ମିଳିତ ଭାବେ ଭୁବନେଶ୍ବର ରାଜମହଲ ଛକରେ ବିକ୍ଷୋଭ କରିଛନ୍ତି। ଏହି ସଙ୍ଗଠନଗୁଡ଼ିକର ଶତାଧିକ କର୍ମୀ ହାତରେ ପ୍ଲାକାର୍ଡ ଧରି ଭଗବତୀ ଭବନରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଶୋଭାଯାତ୍ରାରେ ଭୁବନେଶ୍ବର ଜୋନ୍ ସିପିଆଇ ସମ୍ପାଦକ ସୁର ଜେନା, କୈଳାସ ପୁହାଣ, କ୍ଷେତମୂଲିଆ ନେତା ଛେତମ୍ବର ବୋଇ, ସୁବାସ ସାହୁ, ନିବାସ ଭୋଇ, ପ୍ରକାଶ ସାମଲ, ଲୋକନାଥ ଭୋଇ, ସ୍ନେହଲତା ବାରିକ, ସ୍ବପ୍ନାରାଣୀ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ।
ତେଲ ଦରବୃଦ୍ଧି ବିରୋଧରେ ସିପିଆଇର ବିକ୍ଷୋଭ
Advertisment
Follow Us