ଭୁବନେଶ୍ବର : ରନ୍ଧନ ଗ୍ୟାସ୍ ଦରବୃଦ୍ଧିକୁ ବିରୋଧ କରି ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଆଇ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ଆନ୍ଦୋଳନକାରୀ ହାତରେ ପ୍ଲାକାର୍ଡ ଓ ମୁଣ୍ଡରେ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ତେବେ ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ସିଲିଣ୍ଡର ପିଛା ୧୦୭ଟଙ୍କା ୮୦ ପଇସା ବୃଦ୍ଧି କରିଛନ୍ତି। ଯାହାକି ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାରଙ୍କ ହାଣ୍ଡିଶାଳରେ ବୋମାମାଡ଼ ସଦୃଶ। ତେଣୁ ତୁରନ୍ତ ସରକାର ଦରବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ବୋଲି ସିପିଆଇ ଦାବି କରିଛି। କୈଳାସ ପୁହାଣ, ବାସନ୍ତୀ ପ୍ରଧାନ, ପବିତ୍ର ସ୍ବାଇଁ, ଛେତମ୍ବର ଭୋଇ, ଅଭିମନ୍ୟୁ ବେହେରା, ଲୋକନାଥ ଭୋଇ ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।
ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ
Advertisment
Follow Us