ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

Advertisment
ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାର ବାରମ୍ବାର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୃଦ୍ଧି କରିବା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ସିପିଆଇ ଭୁବନେଶ୍ୱର ଜୋନ୍‌। ଜୋନ ସଂପାଦକ ସୁର ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାର୍ଟି କାର୍ଯ୍ୟାଳୟରୁ ବାହାରି ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଦଳର କହିବାନୁଯାୟୀ, ମହିଳାଙ୍କୁ ସମ୍ମାନ ଦେଉଥିବା କଥା ବିଜେପି ସରକାର କହୁଥିବା ବେଳେ ଗ୍ୟାସ୍‌ ଉପରେ ପ୍ରତି ମାସରେ ଦରବୃଦ୍ଧି କରି ଚାଲିଛନ୍ତି। ସବସିଡିକୁ ପ୍ରତ୍ୟାହାର କରି ନେବା ପରେ ପୁଣି ଦର ବୃଦ୍ଧିର ବୋଝ ଦେଶବାସୀଙ୍କୁ ପ୍ରତାରିତ କରିଛି। ବିକ୍ଷୋଭରେ ଏଆଇଟିୟୁସର ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଜୋନ୍‌ ସହ ସଂପାଦକ କୈଳାସ ପୁହାଣ, ସଂଘମିତ୍ରା ଜେନା, ବାସନ୍ତୀ ପ୍ରଧାନ, ପ୍ରଣତି ମହାନ୍ତି, ଗୀତାଞ୍ଜଳି ଜେନା, ନାରାୟଣ ଡାଳୁଆ, ସବିତା ବେହେରା, ସୁଷମା ଭୋଇ, ରୀତା ସେଠୀ, ସସ୍ମିତା ନାୟକ, ମମତା ବରାଳ, ଲକ୍ଷ୍ମୀ ଗୌଡ଼, ରାମ ବେହେରା, ସୁଗୁନ ଓରାମ ଓ ପାପା ମା’ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe