ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ ଦାବିରେ ସିପିଆଇର ସେସୁ କାର୍ଯ୍ୟାଳୟ ଘେରାଉ

Advertisment
ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ ଦାବିରେ ସିପିଆଇର ସେସୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ ଦାବିରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସିପିଆଇ ନେତା ସୁର ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ନିକଟ ସେସୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେସୁ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶ କରିଥିଲେ। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର ଷଡଯନ୍ତ୍ର ପ୍ରତ୍ୟାହାର କରି ବିଦ୍ୟୁତ୍‌ ବଣ୍ଟନ ଓ ପରିବହନର କ୍ଷତି ନିୟନ୍ତ୍ରଣରୁ ବଳକା ଅର୍ଥରେ ସମସ୍ତଙ୍କ ବାସଗୃହ ଓ କୃଷିକୁ ମାଗଣା ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦିଆଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା। ଘେରାଉର କିଛି ସମୟ ମଧ୍ୟରେ ସେସୁ ସିଇଓ ବିକ୍ଷୋଭକାରୀଙ୍କ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରି ରାଜ୍ୟର ସମସ୍ତ ବାସଗୃହ ଓ କୃଷିକ୍ଷେତ୍ରକୁ ମାଗଣାରେ ବିଦ୍ୟୁତ୍‌ ସଂଯୋଗ ସହ ବିଦ୍ୟୁତ୍‌ କାଟ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କୁ ଦାବିପତ୍ରରେ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜୋନ୍‌ ସହସମ୍ପାଦକ କୈଳାସ ପୁହାଣ ନାରୀନେତ୍ରୀ ବାସନ୍ତୀ ପ୍ରଧାନ, ସସ୍ମିତା ନାୟକ ଓ ଦୁଃଶାସନ ମହାରଣା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe