ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

Advertisment
କୃଷି ଋଣ ଛାଡ଼ ଦାବିରେ ସିପିଏମ୍‌ର ଗଣଧାରଣ

ଭୁବନେଶ୍ବର: ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ବିରୋଧ କରି ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଆଇ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ବିକ୍ଷୋଭରତ କର୍ମୀମାନେ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧ‌ରେ ନାରାବାଜି କରିବା ସହ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀପାବଳି ଉପହାର କହି ତାଚ୍ଛଲ୍ୟ କରିଥିଲେ। ତୁରନ୍ତ ସରକାର ଦରବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ବୋଲି ସିପିଆଇ ଦାବି କରିଛି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ‌ କୈଳାସ ପୁହାଣ, ଶରତ ସ୍ବାଇଁ, ପବିତ୍ର ସ୍ବାଇଁ, ଛେତମ୍ବର ଭୋଇ, ଅଭିମନ୍ୟୁ ବେହେରା, ଲୋକନାଥ ଭୋଇ, ରୀତା ସେଠୀ, ଲକ୍ଷ୍ମୀଧର ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe