ଟ୍ରାଫିକ ଥାନାରେ ସିପିଙ୍କ ଅଚାନକ ଅପରାଧ ସମୀକ୍ଷା ବୈଠକ : ଲୁଟ୍‌, ଛିନ୍‌ତାଇ ରୋକିବା ଉପରେ ଫୋକସ୍

ଟ୍ରାଫିକ ଥାନାରେ ସିପିଙ୍କ ଅଚାନକ ଅପରାଧ ସମୀକ୍ଷା ବୈଠକ : ଲୁଟ୍‌, ଛିନ୍‌ତାଇ ରୋକିବା ଉପରେ ଫୋକସ୍

LegendOfficers.com

ରାତିରେ ଫେରୁଥିବା କର୍ମଜୀବୀ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ
ନିୟମିତ ଯାଞ୍ଚ ହେବ ଓୟୋ ହୋଟେଲ

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ଲୁଟ୍, ଛିନତାଇ କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହିଳାଙ୍କ ଠାରୁ ମୋବାଇଲ ଫୋନ୍, ସୁନାଚେନ୍, ଭ୍ୟାନିଟି ବ୍ୟାଗ୍ ଲୁଟୁଛନ୍ତି ଲୁଟେରା। ଏହାକୁ ରୋକିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି କଳା ପଲସର ଉପରେ ନଜର ରଖିବା ପାଇଁ କୁହାଯାଇଛି। ସବୁ ପ୍ରକାର ଷ୍ଟ୍ରିଟ୍ କ୍ରାଇମକୁ ରୋକିବା ଉପରେ ଗୁରୁତ୍ବ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଗତକାଲି ରାତିରେ ଟ୍ରାଫିକ ଥାନାରେ ଅଚାନକ ଅପରାଧ ସମୀକ୍ଷା ବୈଠକ କରିଥିଲେ ପୁଲିସ କମିସନର। କେବଳ ଷ୍ଟ୍ରିଟ୍ କ୍ରାଇମ୍ ନୁହେଁ; କଲ୍ ସେଣ୍ଟରରେ କାମ କରି ବିଳମ୍ବିତ ରାତିରେ ଫେରୁଥିବା ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କେତେକ ସଂସ୍ଥା ନିଜ ଗାଡ଼ିରେ ମହିଳା କର୍ମଚାରୀଙ୍କୁ ଘରେ ଛାଡ଼ୁଥିବା ବେଳେ ଆଉ କେତେକ ସଂସ୍ଥାର ମହିଳା କର୍ମଚାରୀ ନିଜ ଦୁଇ ଚକିଆ ଗାଡ଼ିରେ ଘରକୁ ଫେରୁଛନ୍ତି। ଏଣିକି ରାତିରେ ମହିଳା କର୍ମଚାରୀଙ୍କ ଫେରିବା ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ସମ୍ପୃକ୍ତ ସଂସ୍ଥାକୁ ପୁଲିସ ପକ୍ଷରୁ କୁହାଯିବ। ଫେରୁଥିବା ମହିଳା କର୍ମଚାରୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବା ଲାଗି ମଧ୍ୟ ସମ୍ପୃକ୍ତ ଥାନାଧିକାରୀଙ୍କୁ ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି। ରାତ୍ରିକାଳୀନ ପାଟ୍ରୋଲିଂକୁ ବଢ଼ାଇବାକୁ କୁହାଯାଇଛି।

ସେହିପରି ଓୟୋ ହୋଟେଲ ରୁମ୍‌ରେ କେତେକ ଅପରାଧ ଘଟଣା ଘଟୁଛି। ଏ ନେଇ ପୂର୍ବରୁ ନଜିର୍ ମଧ୍ୟ ରହିଛି। ସବୁ ଥାନା ଅଞ୍ଚଳରେ ଥିବା ଓୟୋ ହୋଟେଲ ଓ ଗେଷ୍ଟହାଉସ୍‌କୁ ନିୟମିତ ଯାଞ୍ଚ କରିବା ପାଇଁ ଆଇଆଇସିମାନଙ୍କୁ କୁହାଯାଇଛି। ଶେଷରେ ପଡ଼ି ରହିଥିବା ମାମଲାର ତୁରନ୍ତ ଶେଷ କରିବା ପାଇଁ କମିସନର କହିଛନ୍ତି। ଫେରାର ଅପରାଧୀଙ୍କୁ ଧରିବା ସହ ଯେଉଁ ମାମଲା ଉପରୁ ପରଦା ଉଠିପାରି ନାହିଁ ତାହାର ପର୍ଦ୍ଦାଫାସ୍ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ନେବା ପରେ ଏହା ପ୍ରଥମ ଅପରାଧ ସମୀକ୍ଷା ବୈଠକ ଥିଲା। ଏଥିରେ ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଡିସିପି, ସବୁ ଜୋନର ଏସିପି, ଥାନାର ଆଇଆଇସିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe