ଭୁବନେଶ୍ୱର: ଆଗାମୀ ଦୀପାବଳିରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଲୋକମାନେ ରାତି ୧୦ଟା ପରେ ବାଣ ଫୁଟାଇ ପାରିବେ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସେହିଭଳି ୧୨୫ଡେସିମିଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକ୍ରି ହେବ ନାହିଁ। ଜନବସତିର ୫୦ ମିଟର ଭିତରେ ବାଣ ବିକ୍ରି ଉପରେ କଟକଣା ରହିବ। ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ନିକଟରେ ବାଣ ବିକ୍ରି ବନ୍ଦ କରାଯିବ। ସେହିଭଳି ପ୍ରତି ବାଣ ଦୋକାନର ଦୂରତା ୩ମିଟର ରହିବ। ମୁହାଁମୁହିଁ କୌଣସି ଦୋକାନ ରହିବ ନାହିଁ। ବାଣ ବିକ୍ରି ଉପରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ନଜର ରଖିବ। ନିୟମ ଉଲଙ୍ଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us