ଡିସେମ୍ବରରେ ୫ ବର୍ଷର ରେକର୍ଡ ଭାଙ୍ଗିଲା: ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ସ୍ଥିତି

Advertisment
ଡିସେମ୍ବରରେ ୫ ବର୍ଷର ରେକର୍ଡ ଭାଙ୍ଗିଲା: ୩୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ସ୍ଥିତି

Photo by : skymetweather.com

ଭୁବନେଶ୍ବର: ସାତ ଦିନ ହେଲା ଥଣ୍ଡାରେ ଥରୁଛି ରାଜଧାନୀ। ‘ପେଥାଇ’ ପରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ତଳେ ରହୁଛି। ଗତ ୫ ବର୍ଷ ମଧ୍ୟରେ ଡିସେମ୍ବରରେ ଏଭଳି ଥଣ୍ଡା କେବେ ବି ହୋଇ ନଥିଲା। ଏଥର ସବୁ ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ରବିବାର ରାତି ଓ ସୋମବାର ସକାଳୁ ଭୁବନେଶ୍ବରର ତାପମାତ୍ରା ସର୍ବନିମ୍ନସ୍ତରକୁ ଖସିଥିଲା। ସୋମବାର ରାତି ଓ ଆଜି ଭୋର ସମୟରେ ୧୧.୨ ଡିଗ୍ରି ରହିଥିଲା।publive-image

ଏଭଳି ସ୍ଥିତିକୁ ‌ଦେଖି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତ ପ୍ରବାହ ଜାରି ରହିବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି, ଭୁବନେଶ୍ବର ତାପମାତ୍ରା ୩୧ ତାରିଖ ଯାଏ ୯ରୁ ୧୨ ଡିଗ୍ରି ଭିତରେ ରହିବ। ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୬ ମସିହା ଡିସେମ୍ବର ୧୨ରେ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରହିଥିଲା। ସେବେଠାରୁ ଆଉ କୌଣସି ବର୍ଷ ଡିସେମ୍ବରରେ ଭୁବନେଶ୍ବର ତାପମାତ୍ରା ୯ ଡିଗ୍ରିକୁ ଖସି ନଥିଲା। ଏବର୍ଷ ଯେଉଁ ପରିମାଣରେ ଥଣ୍ଡା ହେଉଛି ୩୧ ତାରିଖ ବେଳକୁ ସର୍ବନିମ୍ନ ତାପମା‌ତ୍ରା ୯ ଡିଗ୍ରିକୁ ଖସିପାରେ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ପ୍ରତିବର୍ଷ ଡିସେମ୍ବର ୧୫ରୁ ପାରଦ ହ୍ରାସ ପାଇଥାଏ। ଦୁଇରୁ ତିନି ଦିନ ଧରି ପାରଦ ସର୍ବନିମ୍ନ ସ୍ତରରେ ରହିବା ପରେ ପୁଣିଥରେ ତାପମାତ୍ରା ବଢ଼େ। ଏଥର କିନ୍ତୁ ଲଗାତାର ଭାବେ ଶୀତ ଲାଗିରହିଛି। ଆସନ୍ତା ୩୧ ତାରିଖ ଯାଏ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ। ଜାନୁଆରି ୧ ପରେ ରାତିର ତାପମାତ୍ରା ପୁଣିଥରେ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe