କେରଳରୁ ଅଭିଯୁକ୍ତକୁୁ ଧରିଲା କ୍ରାଇମ୍‌ବ୍ରାଞ୍ଚ, ଯୁବତୀଙ୍କ ଫଟୋ ଭାଇରାଲ୍‌ ଘଟଣା

ତହସିଲଦାର-ଖଣି ମାଫିଆ ଲିଙ୍କ୍‌ ଘଟଣାର କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

କଟକ: ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଘଟଣାରେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କେରଳର ପେରୁମ୍‌ବାଭୋର୍‌ରୁ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି କନ୍ଧମାଳ ଜିଲ୍ଲା ଉଦୟଗିରି ଅଞ୍ଚଳର କାର୍ତ୍ତିକେଶ୍ୱର ବେହେରା(୩୨)। ଆସନ୍ତାକାଲି ତାକୁ ସାଇବର୍‌ ଥାନା ପକ୍ଷରୁ କୋର୍ଟ ଚାଲାଣ କରାଯିବ ବୋଲି ସମ୍ପର୍କରେ ସୂଚନା ମିଳିଛି।

ସୂଚନାନୁଯାୟୀ, କାର୍ତ୍ତିକେଶ୍ୱର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରୋଇ କମ୍ପାନିରେ ଚାକିରି କରେ। ସେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ଯୁବତୀଙ୍କ ଅଜାଣତରେ ଅନ୍ତରଂଗ ମୁହୂର୍ତ୍ତରେ ଦୃଶ୍ୟ କ୍ୟାମେରାରେ କଏଦ କରି ନେଇଥିଲା।  ସମ୍ପୃକ୍ତ ଯୁବତୀଙ୍କ ବିବାହ ଅନ୍ୟ ଜଣେ ଯୁବକଙ୍କ ସହିତ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ। କାର୍ତ୍ତିକେଶ୍ୱର ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ଗୁଡ଼ିକୁ ଫେସ୍‌ବୁକରେ ଅପ୍‌ଲୋଡ କରିଦେଇଥିଲା। ଯୁବତୀ ଜଣଙ୍କ ଏ ସଂକ୍ରାନ୍ତରେ ଜୁଲାଇ ମାସରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତ କାର୍ତ୍ତିକେଶ୍ୱର ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe