ଏୟାର୍‌ ଫିଲ୍ଡ ଥାନା ଅଞ୍ଚଳରେ ବଢ଼ୁଛି ଆତଙ୍କରାଜ, ଅପରାଧୀ ବେକାବୁ

Advertisment
‘ଦାଦାବଟିକୁ ନା’ର ପ୍ରଭାବ: ୧୭ ବର୍ଷ ପରେ ଏତଲା ଦେଲେ

Times of India

ପୁରୁଣା ଭୁବନେଶ୍ୱର: ଦିନକୁ ଦିନ ଏୟାର୍‌ ଫିଲ୍ଡ ଥାନା ଅଞ୍ଚଳରେ ଆତଙ୍କରାଜ ବଢ଼ି ଚାଲିଛି। ଅପରାଧୀମାନଙ୍କ ପାଇଁ ଏହି ଅଞ୍ଚଳ ପାଲଟିଛି ଭୂଃସ୍ବର୍ଗ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ଅପରାଧୀମାନେ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ମାତ୍ର ପୁଲିସ କତୋଟି ହାତଗଣତି ମାମଲାରେ ସଫଳ ହୋଇଥିଲେ ବି ଅଧିକାଂଶ ମାମଲାରେ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ନିମ୍ନରେ ପ୍ରଦତ୍ତ କିଛି ମାମଲାକୁ ଦେଖିଲେ ଏହି ଥାନା ପୁଲିସର ଦକ୍ଷତାକୁ ନେଇ ସାଧାରଣରେ ହେଉଥିବା ଚର୍ଚ୍ଚା ପଛରେ କିଭଳି ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇପଡ଼େ।

ଗତ ଜୁନ୍‌ ମାସ ୭ତାରିଖର ଘଟଣା। ସ୍ଥାନୀୟ ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପର୍‌ଭାଇଜର୍‌ କୈବଲ୍ୟରାଜ ପଟ୍ଟନାୟକ ଓରଫ ଲୁନାଙ୍କୁ ୩ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ବରମୁଣ୍ଡା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ଦେଇ ଫେରାର୍‌ ହୋଇଯାଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ପୁଲିସ ସେହି ୩ ଜଣ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ। ସେହିପରି ଗତ ଜୁନ୍‌ ୨୩ ତାରିଖରେ ସୁନ୍ଦରପଦା ଅଞ୍ଚଳର ସେକ୍ ସୁଲେମାନ୍‌ଙ୍କୁ କିଛି ଯୁବକ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଜିଆର୍‌ପି ଥାନାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏଥି‌ରେ ବି ପୁଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇଛି। ଜୁନ୍‌ ୯ତାରିଖରେ ଜଟଣୀ- ସୁନ୍ଦରପଦା ରାସ୍ତାର ପଞ୍ଚୁପଲ୍ଲୀ ନିକଟ ଏକ ଅନ୍ଧାରିଆ ପରିତ୍ୟକ୍ତ ଚାଳ ଘରୁ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ୪ଟି ଖଣ୍ଡା, ଗୋଟିଏ ଲୁହା ରଡ୍‌ ଜବତ କରାଯାଇଥିଲା। କିନ୍ତୁ ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଏବେ ବି ଫେରାର୍‌ ରହିଛି। ମାର୍ଚ୍ଚ ୩ ତାରିଖରେ ହୋଲି ଖେଳ ଦିନ ରାତିରେ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ଫେରାର୍ ହୋଇ ଯାଇଥିଲେ। ପୁଲିସ ୩ ଜଣ ଦୁର୍ବୃତ୍ତଙ୍କୁ ଠାବ କରିପାରିଲା ନାହିଁ। ଏମିତି ବଡ଼ ଘଟଣାକୁ ବାଦ୍‌ ଦେବା ପରେ ମଧ୍ୟ ଆହୁରି ଅନେକ ଛୋଟମୋଟ ମାମଲା ସବୁ ରହିଛି। ପୁଲିସର ଉଦାସୀନତା ପାଇଁ ଏଠାରେ କଥା କଥାକେ ମାରଣାସ୍ତ୍ର ଉଠୁଛି। ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe