Sambad English
ଭୁବନେଶ୍ବର : କମିସନରେଟ ପୁଲିସ ପକ୍ଷରୁ ଗୁରୁବାର ଦିନ ଆଉ ଜଣେ ପେସାଦାର ଅପରାଧୀକୁ ତଡ଼ିପାର କରାଯାଇଛି। ସେ ହେଉଛି ଖଣ୍ଡଗିରି ଥାନା ଅଧୀନ ଉଦୟଗିରି ବିହାରର କ୍ରିଷ୍ଣା ସିଂ। ତାକୁ ଏକ ବର୍ଷ ପାଇଁ ଭୁବନେଶ୍ବରରୁ ତଡ଼ିପାର କରାଯାଇଛି।
କ୍ରିଷ୍ଣା ଜଣେ ପେସାଦାର ଅପରାଧୀ। ତା’ ନାଁରେ ଭରତପୁର, ଖଣ୍ଡଗିରି, ଜଟଣୀ ଆଦି ଥାନାରେ ଏକାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଲୁଟ୍ପାଟ ଭଳି ସଂଗିନ୍ ମାମଲାରେ ସେ ଅଭିଯୁକ୍ତ। କମିସନରେଟ ପୁଲିସର ଏଭଳି ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏଠାରେ ପ୍ରକାଶ ଥାଉକି ଗତକାଲି ଲକ୍ଷ୍ମୀସାଗର ଥାନା ଲେଙ୍କାସାହିର ସଂଗ୍ରାମ କେଶରୀ ଲେଙ୍କା ଓରପ୍ ବାବୁକୁ ତଡ଼ିପାର କରିଥିଲା ପୁଲିସ। ତଡ଼ିପାର ଯୋଜନାକୁ ପୁଣି ଥରେ ପୁଲିସ ଆରମ୍ଭ କରିଥିବାରୁ ଅପରାଧୀମାନେ ପ୍ରମାଦ ଗଣିଲେଣି।
Follow Us