ଦାଦାବଟି ଅଭିଯୋଗ, ବନ୍ଧା ହେଲେ ୪ କିନ୍ନର

ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା ଅଭିଯୁକ୍ତ ସରପଞ୍ଚଙ୍କ ଜାମିନ ଶୁଣାଣି ଡିସେମ୍ବର ୨କୁ ଘୁଞ୍ଚିଲା

ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ପ୍ରଥମ ଥର ପାଇଁ ଗିରଫ ହୋଇଛନ୍ତି ୪ କିନ୍ନର। ଏଜି ଛକରେ ଥିବା ଏକ ଫୁଲ ଦୋକାନୀଙ୍କୁ ବଟି ମାଗିବା ସହ ଭଙ୍ଗାରୁଜା ଓ ଆକ୍ରମଣ ଅଭିଯୋଗରେ ୪ ଜଣ କିନ୍ନର ଗିରଫ ହୋଇଛନ୍ତି। ଅଭିଯୁକ୍ତ କିନ୍ନର ହେଉଛନ୍ତି ସତ୍ୟନଗର କାଳିମନ୍ଦିର ବସ୍ତିର ଶଙ୍କର କାଣ୍ଡି ଓରଫ୍ ପାପାଲି, ପ୍ରସାଦ ସାହୁ ଓରଫ୍ ଲିତା, ପିଣ୍ଟୁ ମହାଗୌଡ ଓରଫ୍ ମିକିନା ଓ ମାନସ ପଟ୍ଟନାୟକ ଓରଫ୍ ମାନସୀ। କ୍ୟାପିଟାଲ ଥାନା ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଜି ଛକରେ ଅଭିମନ୍ୟୁ ସ୍ୱାଇଁଙ୍କର ଏକ ଫୁଲ ଦୋକାନ ରହିଛି। ଆଜି ମଧ୍ୟାହ୍ନରେ ଏହି ୪ କିନ୍ନର ଯାଇ ଫୁଲ ମାଗିଥିଲେ। ସେ ମନା କରିବାରୁ ସେମାନେ ଜବରଦସ୍ତ ଛଡ଼ାଇ ନେଇଥିଲେ। ସେ ପ୍ରତିବାଦ କରିବାରୁ ଆକ୍ରମଣ କରିବା ସହ ଅର୍ଡର ଥିବା ଏକ ୨୦୦୦ ଟଙ୍କାର ଫୁଲତୋଡ଼ାକୁ ନଷ୍ଟ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe