ଦାରୁଠେଙ୍ଗ ବଡ଼ବାଙ୍କ ଖାଲରେ କୁମ୍ଭୀର, ଲୋକେ ଆତଙ୍କିତ : ଡେରାସ ଡ୍ୟାମ୍‌ରୁ ଭାସି ଅାସିଛି

ଦାରୁଠେଙ୍ଗ ବଡ଼ବାଙ୍କ ଖାଲରେ କୁମ୍ଭୀର, ଲୋକେ ଆତଙ୍କିତ : ଡେରାସ ଡ୍ୟାମ୍‌ରୁ ଭାସି ଅାସିଛି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛ ପାଖ ପାଚେରିକୁ ଲାଗି ଦାରୁଠେଙ୍ଗ ବିଏସ୍‌ଏନ୍‌ଏଲ୍‌ ଟାୱାର ପାଖ ବଡ଼ବାଙ୍କ ଖାଲରେ ଏକ କୁମ୍ଭୀର ଦେଖାଯାଇଛି। ସନ୍ଧ୍ୟାରେ ନିତ୍ୟକର୍ମ ପାଇଁ ଯାଇଥିବା ଟୁଲୁ ବେହେରା, ଗୁଣ୍ଡିଚା ପାତ୍ର ଓ ତ୍ରିଲୋଚନ ଦାସ ଖାଲରେ ଜମିଥିବା ପାଣିରେ କୁମ୍ଭୀରଟିକୁ ଦେଖିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ୍‌, ଏହା ପ୍ରାୟ ସାଢ଼େ ୩ଫୁଟ ଲମ୍ବର ବଉଳା କୁମ୍ଭୀର। ତେବେ ଏହା ଚନ୍ଦକା ଅଭୟାରଣ୍ୟର ଡେରାସ ଡ୍ୟାମ୍‌ରୁ ବର୍ଷା ପାଣିରେ ଚାଲି ଆସିଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। କୁମ୍ଭୀର ଦେଖା ଯିବାରୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି। ତେବେ ବନବିଭାଗ ପାଖରେ ଏଯାଏ ଖବର ପହଞ୍ଚିପାରି ନଥିବା ବେଳେ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe