ବାବୁସାନଙ୍କୁ ଦେଖିବା ପାଇଁ ଗ୍ୟାଲେରିଆରେ ଭିଡ଼

Advertisment

ରଜ ବଜାରରେ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଫିଲ୍ମର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି।

ରଜ ବଜାରରେ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଫିଲ୍ମର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି।

ggdgdjcnnb

ଭୁବନେଶ୍ୱର: ରଜ ବଜାରରେ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଫିଲ୍ମର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି। ବାବୁସାନଙ୍କ ପାଇଁ ସେଠାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ନିର୍ଦ୍ଦେଶକ ଜଗଦୀଶ ମିଶ୍ର, ପ୍ରଯୋଜିକା ତୃପ୍ତି ଶତପଥୀ, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅଭିନେତ୍ରୀ ଅନିଶା, କୁକିଜ୍‌, ଅଭିନେତା କେକେ, ଉଦିତ ଗୁରୁ, କାହାଣୀକାର ଏମ. ଇମ୍ରାନ, କାର୍ଯ୍ୟକାରୀ ପ୍ରଯୋଜକ ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ବାବୁସାନ ସେଠାରେ ପହଞ୍ଚି ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ୧୦୦୦ରୁ ଊର୍ଦ୍ଧ୍ୱ କଷ୍ଟମ ପ୍ରିଣ୍ଟ ବେଲୁନ ଉପରୁ ତଳକୁ ଖସାଯାଇଥିଲା। ସୂଚନା ଅନୁଯାୟୀ ରଜ ବଜାରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଚତୁର୍ଥ ଦିନ ସୁଦ୍ଧା ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟବସାୟ କରିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ୨୩୦ରୁ ଅଧିକ ସୋ ହାଉସ୍‌ଫୁଲ୍‌ ରହିଥିବା ବେଳେ ଆଗକୁ ଆହୁରି ଭଲ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe