ସିଆର୍‌ପି ଛକରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତ ବିନୟ ଗିରଫ, ସ୍ତ୍ରୀଙ୍କ ନାମରେ ଥିବା ବନ୍ଧୁକରୁ ଫୁଟାଇଥିଲା ଗୁଳି

ସିଆର୍‌ପି ଛକରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତ ବିନୟ ଗିରଫ, ସ୍ତ୍ରୀଙ୍କ ନାମରେ ଥିବା ବନ୍ଧୁକରୁ ଫୁଟାଇଥିଲା ଗୁଳି

ଭୁବନେଶ୍ବର: ଜନଗହଳିପୂର୍ଣ୍ଣ ସିଆର୍‌ପି ଛକସ୍ଥିତ ଫୁଡ୍‌ ଷ୍ଟଲ୍‌ ନିକଟରେ ଗତକାଲି ଗୁଳି ଫୁଟାଇଥିବା ବିନୟ ଆଚାର୍ଯ୍ୟ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରି ନୟାପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିବ। ଜାଣିବାକୁ ମିଳିଛି ଯେ ସେ ଯେଉଁ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସେହି ବନ୍ଧୁକ ତାଙ୍କ ପତ୍ନୀ ସ୍ଥିତପ୍ରଜ୍ଞା ରାୟଙ୍କ ନାଁରେ ଥିଲା। ସ୍ଥିତପ୍ରଜ୍ଞା ଜଣେ ସ୍ପୋର୍ଟସ ସୁଟର୍ ହୋଇଥିବାରୁ ତାଙ୍କ ନାଁ ରେ ୨୨ କ୍ୟାଲିବର ପିସ୍ତଲ ବନ୍ଧୁକ ଲାଇସେନ୍ସ ଥିଲା। ବିନାୟକ ସ୍ତ୍ରୀଠୁ ବନ୍ଧୁକ ଆଣି ଗୁଳି ଫୁଟେଇ ଥିବା ସୂଚନା ରହିଛି। ପୁଲିସ୍‌ ବିନାୟଙ୍କଠାରୁ ଗୋଟିଏ ବନ୍ଧୁକ, ପାଞ୍ଚ ରାଉଣ୍ଡ ଗୁଳି ଓ ୮୧ ଟି ଖାଲି ଖୋକା ଜବତ କରିଛି। ବନ୍ଧୁକର ଲାଇସେନ୍ସ କ୍ୟାନ୍ସଲ କରିବାକୁ ପୁଲିସ୍‌ ଆବେଦନ କରିବ ବୋଲି ଜାଣିବାକୁ ମିଳିଛି।

publive-image

ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବିନୟ ସିଆର୍‌ପି ଛକସ୍ଥିତ ଫୁଡ୍‌ ଷ୍ଟଲ୍‌ ନିକଟରେ ଥିବା ଏକ ପାନ ଦୋକାନକୁ ବନ୍ଦ କରାଇବା ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେହି ସମୟରେ ଫୁଡ୍‌ ଷ୍ଟଲ୍‌ ନିକଟ‌‌ରେ ଉପସ୍ଥିତ ଶହଶହ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି କିଛି ଲୋକ ଭୟରେ ଜାଗା ଛାଡ଼ି ପଳାଇଥିଲେ। ଗୁଳି ଫୁଟାଇବା ପରେ ମଧ୍ୟ ଦୁର୍ବୃତ୍ତମାନେ ପାଖାପାଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ଖଟି କରିଥିଲେ। ପରେ ସେମାନେ ସେଠାରୁ ପଳାଇଥିଲେ। କିନ୍ତୁ ସଂଧ୍ୟା ସମୟରେ ରାଜଧାନୀର ଛାତି ଉପରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ହେଁ ଘଟଣାସ୍ଥଳଠାରୁ ମାତ୍ର ୨୦ ମିଟର ଦୂର‌ରେ ଥିବା ନୂଆପଲ୍ଲୀ ଫାଣ୍ଡି କର୍ମଚାରୀଙ୍କ ଦେଖା ନଥିଲା। ତେବେ ବିଳମ୍ବରେ ଖବର ପାଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପାଇଁ ନୂଆପଲ୍ଲୀ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ  ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe