କମେଣ୍ଟ ମରାରୁ ସିଆର୍‌ପି ଛକରେ ଆକ୍ରମଣ ଘଟଣା: ୩ ଜେଲ୍ ଗଲେ; କାର୍, ବାଇକ୍ ଓ ମାରଣାସ୍ତ୍ର ଜବତ

Advertisment

ପୁଲିସ ପୁଅ ସମେତ ୧୦ରୁ ଅଧିକ ଫେରାର୍

ପୁଲିସ ପୁଅ ସମେତ ୧୦ରୁ ଅଧିକ ଫେରାର୍

କମେଣ୍ଟ ମରାରୁ ସିଆର୍‌ପି ଛକରେ ଆକ୍ରମଣ ଘଟଣା: ୩ ଜେଲ୍ ଗଲେ; କାର୍, ବାଇକ୍ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର : ଯୁବତୀଙ୍କୁ କମେଣ୍ଟମରାକୁ କେନ୍ଦ୍ରକରି ସିଆର୍‌ପି ଛକ ଗଜଲକ୍ଷ୍ମୀ ପୂଜା ମଣ୍ଡପ ନିକଟରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏୟାରପୋର୍ଟ ଥାନା ଭୀମପୁର ଅଞ୍ଚଳର ଜୀବିତେଶ ପାତ୍ର, ନୟାପଲ୍ଲୀ ଅଞ୍ଚଳର ସୁମନ ପରିଡ଼ା, ନରେନ୍ଦ୍ର ସାହୁ। ସେମାନଙ୍କଠାରୁ ମାରଣାସ୍ତ୍ର, ୩ଟି ବାଇକ୍ ଓ ମହିନ୍ଦ୍ରା ଏକ୍ସୟୁଭି ଜବତ କରାଯାଇଛି। କିନ୍ତୁ ସଂଘବଦ୍ଧ ଭାବେ ଆକ୍ରମଣ ଘଟାଇଥିବା ପୁଲିସ ପୁଅ ଦେବୀ ପ୍ରସାଦ ଜେନା ଓରଫ୍ ବୁବୁ ସମେତ ୧୦ରୁ ଅଧିକ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

publive-image

ଗତ ୨୧ ତାରିଖରେ ଜଣେ ଯୁବତୀ ଓ ତାଙ୍କ ସହ ଜଣେ ଯୁବକ ସିଆର୍‌ପି ଛକରେ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ଆସିଥିଲେ। ସେଠାରେ ଦେବୀ ଓ ତାର ସହଯୋଗୀମାନେ ଯୁବତୀଙ୍କୁ କମେଣ୍ଟ ମାରିଥିଲେ। ଯୁବତୀଙ୍କ ସହ ଯୁବକ ଏହାକୁ ବିରୋଧ କରିବାରୁ ଦେବୀ ତାଙ୍କର ସହଯୋଗୀମାନଙ୍କୁ ଡକାଇ ଆକ୍ରମଣ କରିଥିଲେ। ନିକଟରେ ଥିବା ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତି ନ ଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଆଇପିସି ଦଫା-୧୪୭, ୧୪୮,୩୪୧,୨୯୪, ୩୨୪, ୩୨୫, ୩୦୭, ୪୨୭, ୫୦୬,୧୪୯ ଓ ଅସ୍ତ୍ରଶସ୍ତ୍ର ନିରୋଧ ଆଇନର ଦଫା ୨୫,୨୭ରେ ମାମଲା ରୁଜୁ କରିଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe