ଶାନ୍ତିସ୍ତୂପ ପରିସର ସଫେଇ କଲେ ସିଆର୍‌ପିଏଫ୍‌ ଯବାନ

Advertisment
ଶାନ୍ତିସ୍ତୂପ ପରିସର ସଫେଇ କଲେ ସିଆର୍‌ପିଏଫ୍‌ ଯବାନ

ଧଉଳି : ଶାନ୍ତିସ୍ତୂପ ପରିସରକୁ ଭୁବନେଶ୍ବର ସିଆର୍‌ପିଏଫ୍‌ ଯବାନମାନେ ସଫେଇ କରିଥିଲେ। ସିଆର୍‌ପିଏଫ୍‌ ଡିଆଇଜି ରାଜୀବ ରାଜଙ୍କ ନେତୃତ୍ବରେ କମାଣ୍ଡାଣ୍ଟ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ୫୦ ଜଣ ଯବାନ ଶାନ୍ତିସ୍ତୂପ ଅଞ୍ଚଳରେ ସଫେଇ କରିଥିଲେ। ଶାନ୍ତିସ୍ତୂପ ପରିସରରେ ଉପସ୍ଥିତ ପର୍ଯ୍ୟଟକ, ବ୍ୟବସାୟୀ ତଥା ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇପଡ଼ିଥିବା ଶାନ୍ତିସ୍ତୂପ ସମ୍ମୁଖ ରାସ୍ତା, ଶାନ୍ତିସ୍ତୂପ ଉପର ବୁଦ୍ଧଦେବଙ୍କ ମନ୍ଦିରକୁ ଲାଗିଥିବା ସ୍ଥାନ ସଫେଇ କରାଯାଇଥିଲା। ସ୍ଥାନୀୟ ଯୁବକମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କମାଣ୍ଡାଣ୍ଟ ସତ୍ୟରଞ୍ଜନ ବେହୁରା, କମାଣ୍ଡାଣ୍ଟ ଏସ ବି ପରିଡ଼ା, ଡେପୁଟି କମାଣ୍ଡାଣ୍ଟ କେକେ ବେହେରା, ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ଜୟଦେବ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe