ଭୁବନେଶ୍ବର: ଶ୍ରେଷ୍ଠ ସହାରାଞ୍ଚଳ ପରିବହନ ବ୍ୟବସ୍ଥା ପାଇଁ ପୁଣି ଥରେ ପୁରସ୍କୃତ ହୋଇଛି କ୍ରୁଟ୍। ମୋ’ ବସ୍ ଓ ମୋ’ ଇ-ରାଇଡ୍ ସେବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୋଚିରେ ଆୟୋଜିତ ୧୫ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନ୍ଫରେନ୍ସରେ ଉତ୍କର୍ଷ ସମ୍ମାନ ମିଳିଛି।
କ୍ରୁଟ୍ (କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସ୍ପୋର୍ଟ) ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ବିଭାଗୀୟ ସଚିବ ମନୋଜ ଯୋଶୀଙ୍କଠାରୁ ରନିଂ ଟ୍ରଫି ଗ୍ରହଣ କରିଛନ୍ତି। ମୋ’ ବସ୍ ଓ ମୋ’ ଇ-ରାଇଡ୍ ସେବାରେ ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ସହ ସମସ୍ତଙ୍କ ପାଇଁ ପରିବହନ ସେବା ଯୋଗାଇ ଲୋକପ୍ରିୟ ହୋଇପାରିଥିବା ପ୍ରକଳ୍ପ ପାଇଁ ଏହି ସମ୍ମାନ ମିଳିଛି। ପୂର୍ବରୁ ଏଥିପାଇଁ କ୍ରୁଟ୍ ପୁରସ୍କୃତ ହୋଇସାରିଛି।
Follow Us