ଆମ ବସ୍‌ରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣା: କଣ୍ଡକ୍ଟର ବହିଷ୍କୃତ

ଆମ୍‌ ବସ୍‌ରେ ଜଣେ କଣ୍ଡକ୍ଟର ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ କ୍ରୁଟ କାର୍ଯ୍ୟାନୁଷ୍ଠାନ ନେଇଛି। ମାଡ଼ ମାରିଥିବା କଣ୍ଡକ୍ଟରକୁ କ୍ରୁଟ ନିଲମ୍ବନ କରିଛି। ଏଥି ସହିତ ଏହି ଘଟଣାକୁ ନେଇ କ୍ରୁଟ ଦୁଃଖ ପ୍ରକାଶ କରିଛି।

New Project (38)

ଭୁବନେଶ୍ୱର: ଆମ୍‌ ବସ୍‌ରେ ଜଣେ କଣ୍ଡଣ୍ଟକ୍ଟର ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) କାର୍ଯ୍ୟାନୁଷ୍ଠାନ ନେଇଛି। ମାଡ଼ ମାରିଥିବା କଣ୍ଡକ୍ଟରକୁ କ୍ରୁଟ ନିଲମ୍ବନ କରିଛି। ଏଥି ସହିତ ଏହି ଘଟଣାକୁ ନେଇ କ୍ରୁଟ ଦୁଃଖ ପ୍ରକାଶ କରିଛି।

କ୍ରୁଟ କହିଛି ଯେ, ଆଜିର ୨୮ ନମ୍ବର ରୁଟ୍ ଆମ ବସ୍‌ଷ୍ଟପ୍‌ରେ ଘଟିଥିବା ଘଟଣାକୁ ନେଇ କ୍ରୁଟ୍ ଅତ୍ୟନ୍ତ ଦୁଖିତ। ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟକୁ ନେଇ ଗାଇଡ଼୍ ସହିତ ବଚସା ଆରମ୍ଭ ହୋଇଥିଲା। ପରେ ଏହା ମାରପିଟ୍ ଆଡ଼କୁ ଗତି କରିଥିଲା।

ୟୁନିଟ୍ ୮ ନିକଟରେ ଘଟିଥିବା ଏଭଳି ଘଟଣା ପରେ ଦାୟିତ୍ୱରେ ଥିବା ଗାଇଡ଼୍‌କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ରେଭିନ୍ୟୁ କଲେକ୍ସନ୍ ଏଜେନ୍ସି (ଆର୍‌ସିଏ) ପକ୍ଷରୁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍‌ରେ ପ୍ରାଥମିକ ସୂଚନା ରିପୋର୍ଟ ପ୍ରଦାନ କରାଯାଇଛି। କ୍ରୁଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛନ୍ତିି।

ଆମ ବସ୍ ସହିତ କାର୍ଯ୍ୟ କରୁଥିବା ସମସ୍ତ ଗାଇଡ଼୍ ଏବଂ କ୍ୟାପ୍ଟେନ୍‌ମାନଙ୍କୁ ନିୟମିତଭାବେ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି। ଏହା ଅଧିନରେ ୧୫୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଟ୍ରେନିଂ ଗ୍ରହଣ କରିଛନ୍ତି। ଏଭଳି ଘଟଣାର ପୁନରାବର୍ତ୍ତି ନହେବା ପାଇଁ କ୍ରୁଟ୍ କର୍ତ୍ତୁପକ୍ଷ ଏହା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍‌ଣରେ ଆମ ବସ୍‌(ଓଡି୩୩ଏଏଚ୍‌ ୦୧୬୬) ୟୁନିଟ୍‌-୮ ପାର୍ଶ୍ବରୁ ରାଜଭବନ ଆଡ଼କୁ ଯାଉଥିଲା। ଏହି ସମୟରେ ବସ୍‌ରେ ଥିବା କଣ୍ଡକ୍ଟରଙ୍କ ସହିତ ଜରେ ଯାତ୍ରୀଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ କଣ୍ଡକ୍ଟର ଉତ୍ତେଜିତ ହୋଇଥିଲେ। ସେ ଯାତ୍ରୀଙ୍କୁ ଛେଚିଥିଲେ। କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଥିଲା। ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ama bus | CRUT

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe