Kalinga TV
ଭୁବନେଶ୍ୱର: ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ କ୍ରୁଟ୍ ପକ୍ଷରୁ ଭୁବନେଶ୍ବରରୁ କଟକ ସ୍ବତନ୍ତ୍ର ବସ୍ ଚଳାଚଳ କରାଯିବ। ଆସନ୍ତା ୧୨ ତାରିଖରେ ଭାରତ ଓ ଦ. ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଥିବାରୁ କ୍ରୁଟ୍ ଏପରି ନିଷ୍ପତ୍ତି ନେଇଛି।
୧୨ତାରିଖ ସକାଳୁ ରାତି ୧୧ଟା ଯାଏ ଭୁବନେଶ୍ବରରୁ ସିଧା ବାରବାଟୀ ଷ୍ଟାଡିୟମ୍ ଯାଏ ମୋ’ ବସ୍ ଚାଲିବ। ମାଷ୍ଟରକ୍ୟାଣ୍ଟିନ୍ରୁ ରସୁଲଗଡ଼ ଦେଇ ଓ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ପଟିଆ ରୋଡ୍ ଦେଇ ବସ୍ଗୁଡ଼ିକ ବାରବାଟୀ ଷ୍ଟାଡିୟମ୍ ଯିବ ଏବଂ ସେହି ରୁଟ୍ରେ ଭୁବନେଶ୍ବର ଫେରିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ବ୍ରହ୍ମପୁର ପ୍ରଭୃତି ଅଞ୍ଚଳରୁ ଖେଳପ୍ରେମୀମାନେ ଭୁବନେଶ୍ବର ଦେଇ କଟକ ଯିବେ। ଏଣୁ ସେମାନଙ୍କ ପାଇଁ ଏହି ସ୍ବତନ୍ତ୍ର ବସ୍ ସେବା ଉପଯୋଗୀ ହେବ ବୋଲି କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ବରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯିବା ପାଇଁ ୪୦ ଟଙ୍କା ଭଡ଼ା ରଖାଯାଇଛି।
Follow Us