କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଜିତିଲା ସିଏସଏମ ସିନାପ୍ସ ୪.୦ କ୍ବିଜ୍

ସିଏସଏମ ସିନାପ୍ସ ୪.୦ ଇଣ୍ଟର୍-ସ୍କୁଲ୍ କ୍ୱିଜ୍ ପ୍ରତିଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ବିଜୟୀ ହୋଇଛି। ଏହି ବିଜୟ ସହିତ ଟିମ୍ ଅଦ୍ୱେୟ ସାରଙ୍ଗୀ ଓ ସ୍ୱସ୍ତିକା ମିଶ୍ର ୨ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ଜିତିଛନ୍ତି।

WhatsApp Image 2025-08-01 at 18.42.36

ଭୁବନେଶ୍ୱର : ସିଏସଏମ ଟେକ ଓ କ୍ବିଜକ୍ରାଫ୍ଟ ଗ୍ଲୋବାଲର ମିଳିତ ଉଦ୍ୟମରେ ଆୟୋଜିତ ସିଏସଏମ ସିନାପ୍ସ ୪.୦ ଇଣ୍ଟର୍-ସ୍କୁଲ୍ କ୍ୱିଜ୍ ପ୍ରତିଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ବିଜୟୀ ହୋଇଛି। ଏହି ବିଜୟ ସହିତ ଟିମ୍ ଅଦ୍ୱେୟ ସାରଙ୍ଗୀ ଓ ସ୍ୱସ୍ତିକା ମିଶ୍ର ୨ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ଜିତିଛନ୍ତି। ଡିପିଏସ ରାଉରକେଲା ଟିମ୍ ଉପବିଜେତା ଘୋଷିତ ହୋଇଛି ଓ ୨୫,୦୦୦ ଟଙ୍କାର ପୁରସ୍କାର ଜିତିଛି। 

ଗୁରୁ କେଳୁଚରଣ ମହାପାତ୍ର ଓଡିଶି ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଓଡ଼ିଶାର ତିନିଟି ଜୋନରୁ ବିଜେତା ଛାତ୍ରଛାତ୍ରୀମାନେ ଅଂଶ ନେଇଥିଲେ। ନେଭାଲ୍ ଏନସିସିର କମାଣ୍ଡିଂ ଅଫିସର କମାଣ୍ଡର ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସିଏସଏମର ସଂସ୍ଥାପକ ଓ ସିଇଓ ଶ୍ରୀ ପ୍ରିୟଦର୍ଶୀ ନନୁ ପାଣି ଓ ସିଏଚଆରଓ ଲଗ୍ନା ପଣ୍ଡା ବିଜେତାଙ୍କୁ ସମ୍ମାନିତ କରିଥିଲେ। କେବିସି ସହିତ ଜଡିତ ଲୋକପ୍ରିୟ କ୍ୱିଜମାଷ୍ଟର ଅଦିତ୍ୟନାଥ ମୁବାୟି ଏହି ଆୟୋଜନକୁ ହୋଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe