୯ ଜଣଙ୍କୁ ସଂସ୍କୃତିମିତ୍ର ସମ୍ମାନ

Advertisment
୯ ଜଣଙ୍କୁ ସଂସ୍କୃତିମିତ୍ର ସମ୍ମାନ

ଭୁବନେଶ୍ବର: ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ମଞ୍ଚ ନାଟକର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ୯ ଜଣ ବ୍ୟକ୍ତିଙ୍କୁ ‘ସଂସ୍କୃତିମିତ୍ର ସମ୍ମାନ’ ପ୍ରଦାନ କରାଯାଇଛି। ରାଜ୍ୟର ଅଗ୍ରଣୀ ନାଟ୍ୟସଂସ୍ଥା ‘ପଞ୍ଚମବେଦ’ର ସପ୍ତଦଶତମ ବାର୍ଷିକ ଉତ୍ସବ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉତ୍ସବରେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସାମ୍ବାଦିକ କେଶବ ପାଣିଙ୍କ ସମେତ ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ଦିଲ୍ଲୀପ ଶ୍ରୀଚନ୍ଦନ, ପୁଲିନ୍‌ ମାନସିଂହ, ମିହିର ମେହେର, ଶରତ କୁମାର ପାଣି, ପ୍ରେମାଞ୍ଜନ ପରିଡ଼ା, ଅନୀଲ କୁମାର ପାତ୍ର ଓ ପବିତ୍ର ମୋହନ ବେହେରାଙ୍କୁ ମାନପତ୍ର, ଉପ‌େଢ଼ୗକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଉତ୍ସବ ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଲେ, ରାଜ୍ୟର ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ କଳା ଓ ସଂସ୍କୃତିକୁ ନିଶା ଭାବେ ଭର୍ତ୍ତି କରିବାକୁ ପଡ଼ିବ। ଏହା ହୋଇପାରିଲେ ପ୍ରକୃତ ନିଶା ଆପେଆପେ ଦୂରେଇଯିବ। ସୁସ୍ଥ ସମାଜ ପ୍ରତିଷ୍ଠା ହୋଇପାରିବ। ଉତ୍ସବରେ ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ, ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ନାରାୟଣ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚ ନାଟକର ପ୍ରଚାର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ। ‘ପଞ୍ଚମବେଦ’ର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରକାଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସୁଚେତା ପ୍ରିୟଦର୍ଶିନୀ ମାନପତ୍ର ପାଠ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ପ‌େର ସଞ୍ଜୟ ପ୍ରହରାଜଙ୍କ ରଚନା ଓ ହରେନ୍‌ ସାହୁଙ୍କ ନିର୍ଦେଶନାରେ ନାଟକ ‘ମାର୍ଜାର ଉପାଖ୍ୟାନ’ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe