ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗ୍ରାହକ କାର୍ଯ୍ୟକ୍ରମ

Advertisment
ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗ୍ରାହକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଭୁବନେଶ୍ବରଠାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୧୦୦ଜଣ ନୂଆ ଗ୍ରାହକଙ୍କୁ ଡିଜିଟାଲ ଅନ୍‌-ବୋର୍ଡିଂ କରାଇବା ପାଇଁ ଏକ ଗ୍ରାହକ କାର୍ଯ୍ୟକ୍ରମ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ (ଡିବିୟୁ) ଆୟୋଜିତ କରିଛି। ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.କେ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୧୦୦ଜଣ ନୂଆ ଗ୍ରାହକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ରେ ନାମାଙ୍କନ କରାଇବାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ହେଉଛି ପ୍ରଥମ।

୧୦୦ରୁ ଊର୍ଦ୍ଧ୍ବ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଉତ୍ପାଦ ନାମାଙ୍କନ ପାଇଁ ସେମାନଙ୍କୁ ଡିଜିଟାଲ କିଟ୍‌ ପ୍ରଦାନ କରାଯାଇଥିଲା। ଏନ୍‌ବିଜି- ପୂର୍ବର ମହାପ୍ରବନ୍ଧକ ମନୋଜ କୁମାର ସିଂହ ଡିଜିଟାଲ ମୋଡ୍‌ ମାଧ୍ୟମରେ ବ୍ୟାଙ୍କିଙ୍ଗ କାରବାରକୁ ସର୍ବାଧିକ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe