ଭୁବନେଶ୍ୱର : ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭୁବନେଶ୍ୱର କୋର୍ଟ ପରିସରରେ ଥିବା ୪୦ ବର୍ଷର ୭ଟି ବରଗଛକୁ କାଟି ଦିଆଯାଇଛି। ଆଜି ମେସିନ୍ ସାହାଯ୍ୟରେ ଗଛଗୁଡ଼ିକୁ ମୂଳରୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ ୧୨୬ ମିଟର ଲମ୍ବ ଓ ୪୮.୫ ମିଟର ଚଉଡ଼ା ବିଶିଷ୍ଟ ଏହି ଜୁଡିସିଆଲ୍ କୋର୍ଟ୍ କମ୍ପ୍ଲେକ୍ସଟି ୩ ମହଲା ବିଶିଷ୍ଟ ହେବ। ସେଠାରେ ୪୨ଟି କୋର୍ଟ କାର୍ଯ୍ୟ କରିବା ସହ ବିଭିନ୍ନ ଜାଗାରେ କାର୍ଯ୍ୟ କରୁଥିବା ୬ଟି ଟ୍ରିବ୍ୟୁନାଲ କୋର୍ଟ, ଗୋଟିଏ ଗ୍ୟାଲେରି କୋର୍ଟ, ଗୋଟିଏ ଜିଲ୍ଲା ଜଜ୍ଙ୍କ କୋର୍ଟ, ଗୋଟିଏ ସଭାଗୃହ, ଗୋଟିଏ କେନ୍ଦ୍ରୀୟ ଲାଇବ୍ରେରି ଓ କ୍ୟାଣ୍ଟିନ୍ ରହିବ ବୋଲି ଆଇନଜୀବୀମାନେ କହିଛନ୍ତି। ସେହିପରି ପୁରୁଣା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଭଙ୍ଗାଯିବ ବୋଲି କୁହାଯାଉଛି। ନୂଆ ଜୁଡିସିଆଲ୍ କୋର୍ଟ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଥିବାରୁ ଆଇନଜୀବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us