Cuttack Baliyatra: କଟକ ବାଲିଯାତ୍ରା: ଦିନ ୨ରୁ ଟ୍ରାଫିକ୍‌ କଟକଣା

ବାଲିଯାତ୍ରା ପାଇଁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ ପରିଚାଳନା ପାଇଁ ବଡ଼ ଧରଣର ପ୍ରସ୍ତୁତି କରିଛି। ଆସନ୍ତାକାଲି ୫ ତାରିଖରୁ ୧୨ ତାରିଖ ଯାଏ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଟକଣା ଲଗାଯାଇଛି।

shsfhfhfs

କଟକ: ବାଲିଯାତ୍ରା ପାଇଁ କଟକ କମିସନରେଟ୍ ପୁଲିସ ଟ୍ରାଫିକ୍ ପରିଚାଳନା ପାଇଁ ବଡ଼ ଧରଣର ପ୍ରସ୍ତୁତି କରିଛି। ଆସନ୍ତାକାଲି ୫ ତାରିଖରୁ ୧୨ ତାରିଖ ଯାଏ ଯାନବାହାନ ଚଳାଚଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କଟକଣା ଲଗାଯାଇଛି। ଅପରାହ୍ନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ କଟକଣା ଲାଗୁ ହେବ। କିନ୍ତୁ ଏହି କଟକଣାରୁ ଆମ୍ବଲାନ୍ସ, ଅଗ୍ନିଶମ ବାହିନୀ, ପୁଲିସ ଏବଂ ଉପଯୋଗୀ ସେବାରେ ନିୟୋଜିତ ଯାନଗୁଡ଼ିକ ବାଦ୍ ପଡ଼ିବେ। କଟକଣାରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଭୁବନେଶ୍ୱରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ନେତାଜୀ ସେତୁ ଦେଇ ବେଲଭ୍ୟୁ ଛକ (ନ୍ୟାୟିକ ଏକାଡେମି) ଠାରୁ ବାମ ମୋଡ଼ ନେଇ ସିଡିଏ -୧୧ ଦେଇ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବେ। ଭୁଆସୁଣି ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ପାର୍କିଂ କରିବେ। ଆଠଗଡ଼ ଏବଂ ବାଙ୍କୀ ପାର୍ଶ୍ୱରୁ ନରାଜ ସେତୁ ଏବଂ ମଧୁସୂଦନ ସେତୁଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ଭୁଆସୁଣୀିପଡ଼ିଆ, ଗୋରାକବର ପଡ଼ିଆ କିମ୍ବା ଖ୍ରୀଷ୍ଟିଆନ୍ ପଡ଼ିଆରେ ପାର୍କିଂ କରିପାରିବେ। ସତୀଚୌରା ଛକରୁ ସେଲଟର୍ ଛକ ଏବଂ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ଦୟାଶ୍ରମ ପାର୍କିଂ ଗ୍ରାଉଣ୍ଡ କିମ୍ବା ଉପର ବାଲିଯାତ୍ରା ପଡ଼ିଆ (ଜୋନ୍-୧ ଏବଂ ୨)ରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ସେମାନଙ୍କର ଗାଡ଼ି  ରଖିପାରିବେ। ଚହଟା ଛକରୁ, ତିନିଚକିଆ ଓ ଚାରିଚକିଆ ଯାନଗୁଡ଼ିକ ନିର୍ଦ୍ଧାରିତ ପାର୍କିଂସ୍ଥଳ ଯଥା ଭୁଆସୁଣି ପଡ଼ିଆ, ଗୋରାକବର ପଡ଼ିଆ କିମ୍ବା ଖ୍ରୀଷ୍ଟିଆନ୍ ପଡ଼ିଆ ଆଡ଼କୁ ଯାଇପାରିବେ। 

ହରିଣ ପାର୍କ ଛକ ଏବଂ ମଧୁକୁଞ୍ଜ ପାର୍କ ଛକରୁ, ବାଲିଯାତ୍ରା ପଡ଼ିଆ ଆଡ଼କୁ କୌଣସି ଯାନକୁ ଅନୁମତି ଦିଆଯିବ ନାହିଁ। ସେହି ଯାନଗୁଡ଼ିକୁ ଡାହାଣକୁ ମୋଡ଼ ନେଇ ଖ୍ରୀଷ୍ଟିଆନ୍ ପଡ଼ିଆ, ଦୟାଶ୍ରମ ସାମ୍ନା ପଡ଼ିଆ (ବାଇକ୍‌) କିମ୍ବା ଉପର ବାଲି ଯାତ୍ରା ପଡ଼ିଆ ଜୋନ୍-୧ ଏବଂ ଜୋନ୍-୨ (ବାଇକ୍‌) ରେ ସେମାନଙ୍କର ଗାଡ଼ି ପାର୍କିଂ କରିପାରିବେ। ଚଣ୍ଡୀଛକରୁ କେମ୍ବ୍ରିଜ୍ ସ୍କୁଲ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ କୌଣସି ଚାରିଚକିଆ କିମ୍ବା ତିନିଚକିଆ ଯାନ ଯିବାକୁ ଦିଆଯିବ ନାହିଁ। ଏହି ଯାନଗୁଡ଼ିକ କନିକା ଛକ ଏବଂ ବିଜୁ ପଟ୍ଟନାୟକ ଛକ ଦେଇ ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର  ପଡ଼ିିଆରେ ପାର୍କିଂ କରିବେ। କେବଳ ଦୁଇଚକିଆ ଯାନଗୁଡ଼ିକୁ ଚଣ୍ଡୀ ଛକରୁ କେମ୍ବ୍ରିଜ୍ ସ୍କୁଲ ଦେଇ ବାଲିଯାତ୍ରା ପଡ଼ିଆକୁ ଯିବାପାଇଁ ଅନୁମତି ଦିଆଯିବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe