ଜି ଟିଭି ସାରେଗାମାପା ରିଅଲିଟି ସୋ‌’ରେ କଟକ ଝିଅ: ଜୟ ଜଗନ୍ନାଥ... ରସଗୋଲା ଆମର...

Advertisment

ଆମ ପାହାଳ ରସଗୋଲା ଫାଉଣ୍ଡେସନ ପକ୍ଷରୁ ସ୍ଥିତିପଦ୍ମା ଦାଶଙ୍କୁ ସମ୍ବର୍ଦ୍ଧନା

ଆମ ପାହାଳ ରସଗୋଲା ଫାଉଣ୍ଡେସନ ପକ୍ଷରୁ ସ୍ଥିତିପଦ୍ମା ଦାଶଙ୍କୁ ସମ୍ବର୍ଦ୍ଧନା

ଜି ଟିଭି ସାରେଗାମାପା ରିଅଲିଟି ସୋ‌’ରେ କଟକ ଝିଅ: ଜୟ ଜଗନ୍ନାଥ... ରସଗୋଲା ଆମର...

କଟକ: ‘ଜୟ ଜଗନ୍ନାଥ... ରସଗୋଲା ଆମର’ ଏଭଳି ଉତ୍ତର ରଖି ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାରେ କଟକ ଝିଅ ସ୍ଥିତିପଦ୍ମା ଦାଶ। ‘ଜି ଟିଭି’ରେ ପ୍ରସାରିତ ହେଉଥିବା ରିଅଲିଟି ସୋ ‘ସାରେଗାମାପା’ରେ ଅଡିସନ୍‌ ସମୟ‌ର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ‌ଅବଶ୍ୟ ସେ ଟପ୍‌ ୩୦ ପରଠାରୁ ବାଦ୍ ପଡିଛନ୍ତି।

କଟକ ସେଲ୍‌ଟର ଛକର ବାସିନ୍ଦା ସୁଶିଲ ଚନ୍ଦ୍ର ଦାଶ ଓ ଶୈଳବାଳା ଦାଶଙ୍କ ଝିଅ ସ୍ଥିତିପଦ୍ମାଙ୍କ ବୟସ ୨୦ ବର୍ଷ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏଲଏର ଦ୍ବିତୀୟ ବର୍ଷର ଛାତ୍ରୀ। ସେ ପ୍ରଥମେ ଗୁରୁ ତନ୍ମୟ ହୋତା, ଏବେ ଗୁରୁ ସରୋଜ କୁମାର ପରିଡ଼ା ଓ ନିଜ ବଡ଼ବାପା ସୁବାସ ଦାଶଙ୍କ ଠାରୁ ସଙ୍ଗୀତ ଶିକ୍ଷାଲାଭ କରୁଛନ୍ତି। ଗତ ସେପ୍ଟେମ୍ବର ମାସରେ ମୁମ୍ବାଇ ଠାରେ ‘ଜି ଟିଭି’ରେ ପ୍ରସାରିତ ରିଅଲିଟି ସୋ ‘ସାରେଗାମାପାରେ ଅଡିସନ ଦେଇଥିଲେ। ଯେଉଁଥିରେ ସଙ୍ଗୀତକାର ହିମେସ ରେସମିୟା, ଭିଶାଲ ଦଦ୍‌ଲାନୀ, ଶଙ୍କର ମହାଦେଭନ ଜଜ୍‌ ଭାବେ ରହିଥିଲେ। ସେ ଓଡ଼ିଶା କଟକରୁ ଆସିଛନ୍ତି ବୋଲି ଶୁଣି ଜଜ୍‌ ହିମେସ ତାଙ୍କୁ ‘ରସ‌ଗୁଲା କିସ୍‌ କା ହୈ, ଓଡ଼ିଶା କା ହୈ ୟା ବେଙ୍ଗଲ କା...’ ବୋଲି ପଚାରିଥିଲେ। ଏହି ପ୍ରଶ୍ନ ଶୁଣିବା ମାତ୍ରେ ସ୍ଥିତିପଦ୍ମା ତୁରନ୍ତ ଉତ୍ତର ରଖିଥିଲେ ଯେ ଏହି କଥାକୁ ଅଧିକ ନ ବଢ଼େଇ ଏତିକି କହିବାକୁ ଚାହେଁ ଯେ ‘ଜୟ ଜଗନ୍ନାଥ... ରସଗୋଲା ଆମର’। ପରେ ଜଜ୍‌ ତାଙ୍କୁ କହିଥିଲେ ଯେ ବଙ୍ଗଳା ଲୋକେ କୁହନ୍ତି ରସଗୁଲା ଆମର....ଏହାର ଉତ୍ତରରେ ସ୍ଥିତିପଦ୍ମା କହିଥିଲେ, ଯିଏ ଯାହା କହୁ ମୋର କେବଳ ଗୋଟିଏ କଥା ‘ଜୟ ଜଗନ୍ନାଥ... ରସଗୋଲା ଆମର’ । ଏହି କଥାକୁ ରୋକ୍‌ଠୋକ୍‌ ଭାବେ କହିଥିବାରୁ ଏହାକୁ ଶୁଣି ଜଜ୍‌ ମଧ୍ୟ ଖୁସି ହୋଇଥିଲେ। ପରେ ଅଡ଼ିସନ୍‌ରେ ରାଗ ମିଆ କି ମହ୍ଲାରର ଟୁକ୍‌ଡ଼ା ‘ବାଦଲ ଘୁମର ବଢ଼ ଆୟେ’ ଗୀତ ଗାଇ ସେ ଜଜ୍‌ଙ୍କ ମନ ଜଜିଣିଥିଲେ।

ବଡ଼ବାପାଙ୍କୁ ଅନୁକରଣ କରି ସେ ନିଜେ ଗୀତ ଶିଖିବା ଆରମ୍ଭ କରିଥିଲେ। ପ୍ରଥମ ରିଅଲିଟି ସୋ ଭାବରେ ‘ଜି ଟିଭି’ରେ ପ୍ରସାରିତ ‘ସାରେଗାମାପା’ରେ ଅଡିସନ୍‌ରେ ଭାଗ ନେଇଥିଲେ। ଅଡିସନରେ ଜଜ୍‌ଙ୍କ ପ୍ରଶ୍ନରେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଆମ ଜିନିଷକୁ ଅନ୍ୟମାନେ ନିଜର କହିବା ଶୁଣି ତାଙ୍କୁ ଖରାପ ଲାଗିଥିଲା। ସେ କହିଛନ୍ତି ଯେ ବହୁ ଇଚ୍ଛା ଥିଲା ଷ୍ଟେଜରେ ଓଡ଼ିଆ ପଦଟିଏ କହିବା ପାଇଁ। ତେଣୁ ସୁଯୋଗ ମିଳିବା ମାତ୍ରେ ‘ଜୟ ଜଗନ୍ନାଥ , ରସଗୋଲା ଆମର’ ବୋଲି କହିଲି। ଟପ୍‌-୩୦ରୁ ମୁଁ ଏଲିମିନେଟ୍‌ ହୋଇଛି। ମନରେ ଦୁଃଖ ରହିଛି। ହେଲେ ସଙ୍ଗୀତ ଅଭ୍ୟାସ ଜାରି ରଖିବା ସହ ଆଗାମୀ ଦିନରେ ନିଶ୍ଚିତ ଏଭଳି ଏକ ରିଅଲିଟି ସୋରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି।

ଆମ ପାହାଳ ରସଗୋଲା ଫାଉଣ୍ଡେସନ ପକ୍ଷରୁ ସ୍ଥିତିପଦ୍ମା ଦାଶଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ସୋନି ଟିଭିର ଜାତୀୟ ରିୟଲିଟି ସୋ’ ସାରେଗାମାପାରେ ରସଗୋଲା ଓଡ଼ିଶାର ବୋଲି ଉତ୍ତର ଦେଇଥିବା କଟକର ଝିଅ ସ୍ଥିତିପଦ୍ମା ଦାଶଙ୍କୁ ଆଜି ଆମ ପାହାଳ ରସଗୋଲା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଗତକାଲି ସୋ’ରେ ସ୍ଥିତିପଦ୍ମାଙ୍କୁ ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରସଗୋଲା ଓଡ଼ିଶାର ବୋଲି କହିଥିଲେ। ଆଉ ଜୟ ଜଗନ୍ନାଥ ଜୟ ରସଗୋଲା କହି ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିଥିଲେ। ଏନେଇ ଆଜି ଅପରାହ୍ନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ଅକ୍ଷୟ କୁମାର ଲେଙ୍କା ଓ ଗାୟତ୍ରୀ ଲେଙ୍କା ପ୍ରମୁଖ ସ୍ଥିତିପଦ୍ମାଙ୍କୁ ରସଗୋଲା ଖୁଆଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତାଙ୍କ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ସାହୁ, ତପନ କୁମାର ସାହୁ, ଶୁଭକାନ୍ତ ମହାନ୍ତି, ବିଶ୍ବରଞ୍ଜନ ସାହୁ ଓ ଅନିଲ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe