ସିଭି ରମଣ ଓ ଏନ୍‌ଆଇଟିଟିଟିଆର୍‌ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର

Advertisment
ସିଭି ରମଣ ଓ ଏନ୍‌ଆଇଟିଟିଟିଆର୍‌ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର

ଭୁବନେଶ୍ୱର : ପଲିଟେକ୍‌ନିକ୍‌ ଶିକ୍ଷକମାନଙ୍କୁ ତାଲିମ୍‌ ଦେବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ସିଭି ରମଣ ଇଂଜିନିୟରିଂ କଲେଜ୍‌ ଓ ଚଣ୍ଡିଗଡ଼ ଏନ୍‌ଆଇଟିଟିଟିଆର୍‌ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଯାଇଛି। ସିଭି ରମଣ ଇଂଜିନିୟରିଂ କଲେଜ ପରିସରରେ ଏହି ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବ। ବିଭିନ୍ନ ସରକାରୀ ତଥା ଘରୋଇ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି କେନ୍ଦ୍ରରେ ତାଲିମ୍‌ ପ୍ରଦାନ କରାଯିବ। ତାଲିମ୍‌ ପ୍ରଦାନ ପାଇଁ ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନର ଦକ୍ଷ ପ୍ରଶିକ୍ଷକ ଓ ଶିକ୍ଷକମାନେ ଏହି କେନ୍ଦ୍ରକୁ ଆସିବେ। ଫଳରେ ପଲିଟେକ୍‌ନିକ୍‌ କଲେଜମାନଙ୍କରେ ପରିଲକ୍ଷିତ ହେଉଥିବା ଦକ୍ଷ ଶିକ୍ଷକମାନଙ୍କ ଅଭାବ ପୂରଣ ହୋଇପାରିବ। ସେହିଭଳି ବର୍ତମାନର ଶିଳ୍ପଜଗତର ଆବଶ୍ୟକତାକୁ ଲକ୍ଷ୍ୟ ରଖି ତାଲିମ୍‌ ପ୍ରଦାନ କରାଯିବ, ଯାହା ଫଳରେ ଦକ୍ଷ ମାନବ ସମ୍ବଳର ଅଭାବ ରହିବ ନାହିଁ। ସମ୍ପ୍ରତି ଦେଶରେ ଷ୍ଟାର୍ଟ ଅପ୍‌ ପଲିସି ଆରମ୍ଭ ହୋଇଥିବାରୁ ଏଭଳି ଏକ ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା ବହୁ ଗୁରୁତ୍ୱ ବହନ କରୁଛି। ଚୁକ୍ତିପତ୍ର ସ୍ୱାକ୍ଷର ଅବସରରେ ଏନ୍‌ଆଇଟିଟିଟିଆର୍‌ର ନିର୍ଦେଶକ ଡ. ଶ୍ୟାମସୁନ୍ଦର ପଟ୍ଟନାୟକ ଉପସ୍ଥିତ ଥିଲେ। ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ଇଂ ସଂଜୀବ ରାଉତ, କଲେଜ ଅଧ୍ୟକ୍ଷ ଭବେଷ ଭଟ୍ଟାଚାର୍ଯ୍ୟ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଣ୍ଡିଗଡ଼ ଏନ୍‌ଆଇଟିଟିଟିଆର୍‌ ହେଉଛି କେନ୍ଦ୍ର ମାନବ ସମ୍ବଳ ବିଭାଗର ଏକ ପ୍ରମୁଖ ସଂସ୍ଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe